ଓଡିଶା

ଅନୁଗୁଳରୁ କଳାହାଣ୍ଡିକୁ ସାଇକେଲରେ ଫେରିଲେ ୫ଜଣ ବ୍ୟବସାୟୀ

(ଗୋଲାପ ସାହୁ, କଳାହାଣ୍ଡି): କିଏ ଅନ୍ୟରାଜ୍ୟକୁ ଦାଦନ ଖଟି ଯାଉଛି ତ, ଆଉ କିଏ ବ୍ୟବସାୟ କରିବା ପାଇଁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଯାଇ ଲକଡାଉନରେ ଫସି ରହିଛନ୍ତି । ତେବେ କରୋନା ଭାଇରସକୁ ନେଇ ରାଜ୍ୟର ୩୦ଟି ଜିଲ୍ଲାରେ ଗାଡି ଚଳାଚଳ ପୁରା ବନ୍ଦ ଥିବା ବେଳେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳର କିଛି ତୁଳା ବ୍ୟବସାୟୀ ଅନୁଗୁଳ ଜିଲ୍ଲାରେ ବ୍ୟବସାୟ କରୁଥିଲେ ହେଲେ ବସ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନ ବଜାର ବନ୍ଦ ହେବା ଯୋଗୁଁ ସେଠାରେ ରହିବା ଖାଇବା ଅସୁବିଧା ଯୋଗୁଁ ବାଧ୍ୟହୋଇ ନିଜେ ନେଇଥିବା ସାଇକେଲରେ ୪୫୦ କିଲୋମିଟର ହେବ ଗାଁକୁ ଫେରିଛନ୍ତି । ସେମାନେ ହେଲେ ଦେପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁ କେନ୍ଦୁ ଗୁଡା ଗ୍ରାମର ବିଦେଶୀ ନାୟକ , ଗଂଛୁ ନାୟକ , ଲାବାଣ୍ୟ ନାୟକ , ଏବଂ ମଣ୍ଡଳ ଗ୍ରାମର କ୍ଷୀରୋଦ ନାୟକ , ଜଳନ୍ଧର ନାୟକ । କଳାହାଣ୍ଡି ପହଂଚି କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲାପରେ ତାଙ୍କୁ ଡ଼ଃ. ଶିବାଶିସ ସ୍ୱାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଘରକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ଆମ ପ୍ରତିନିଧି କଲମପୁର ବିଡିଓ ହେମ ସାଗର ଭୋଇଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଯାହାର ତାହାର ଫୋନ ଉଠାଇବା ମୋ ପକ୍ଷେ ସମ୍ଭବ ନୁହେଁ କି, ଜରୁରୀ ନୁହେଁ ବୋଲି ମତପ୍ରକାଶ କରିବା ସହିତ, ମୁଁ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଫୋନ ମଧ୍ୟ ଉଠାଉ ନାହିଁ ବୋଲି କହିଥିଲେ । ତେବେ ଏଭଳି ବିଡିଓ ପାଖରେ କେତେ ଲୋକ ସୁବିଧା ପାଉଥିବେ ଓ ଉପକୃତ ହେଉଥିବେ ଏଥିରୁ ଅନୁମେୟ ।

Related posts

ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ

mahabharatanews

୬୬ଟି ଗେଟ୍‌ ଖୋଲିଦେଲା ଛତିଶଗଡ଼ 

mahabharatanews

ନେତାଜୀଙ୍କ ମିଠା ପ୍ରୀତି

mahabharatanews