Uncategorized

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଅଗଷ୍ଟ ୧ରୁ ଖୋଲିବ ଅଗଷ୍ଟ ୧ରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା । ଭିତରକନିକା ଏବେ ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ।

ପ୍ରଥମ ଥର ଭିତରକନିକା ଡାଙ୍ଗମାଳ ଠାରେ ନିର୍ମାଣ କରାଯାଇଛି, ସ୍କାଏ ୱାକ୍, ଏହାର ଲମ୍ବ ୬୦୦ ମିଟର ଥିଲାବେଳେ ଉଚ୍ଚତା ୧୫ ଫୁଟ ରହିଛି । ଯାହାକି ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ। ଅଗଷ୍ଟ ୧ରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍ ବ୍ରିଜ୍ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍ ବ୍ରିଜ୍ ଅଧିକ ସଂଖ୍ୟାରେ ହରିଣ ଭିଡ ଜମାଉଥିବା ପଡିଆ ଯାଏ ଲମ୍ବିଛି।

Related posts

ସବ୍ବ ଏ ହୟାଦରେ ଘରୁ ନ ବାହାରିବାକୁ ଏଲଜିଙ୍କ ଅନୁରୋଧ

mahabharatanews

୩୧ ଯାଏ ଅହମ୍ମଦାବାଦରେ ପାନ ଦୋକାନ ବନ୍ଦ

mahabharatanews

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews