ଓଡିଶା

ଇଭିଏମ୍ ଖରାପ ଯୋଗୁଁ ମତଦାନ କେନ୍ଦ୍ରରେ ପ୍ରବଳ ଭିଡ଼

(ଭୁବନେଶ୍ୱର) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ହେଲେ ଭୋଟ ଗ୍ରହଣ ବେଳେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାମ କରୁ ନାହିଁ EVM । ଯେଉଁଥି ପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଇଭିଏମ୍ ଖରାପ ଯୋଗୁଁ ମତଦାନ କେନ୍ଦ୍ରରେ ଭିଡ଼ ବଢିବାରେ ଲାଗିଛି ।

ସୂଚନା ଅନୁସାରେ, ଯାଜପୁର ୯୮ ନମ୍ବର ବୁଥରେ ଇଭିଏମ୍ ମସିନ ଅଚଳ ରହିଛି । ସେହିପରି ବାଙ୍ଗିରିପୋଷୀରେ ମଧ୍ୟ ୯୪ ନମ୍ବର ବୁଥରେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବ ହେଇଛି । ସେହିପରି ଗୋପ ବ୍ଲକ ୨୬୩ ଓ ୨୬୪ ନମ୍ବର ବୁଥରେ ଧାର୍ଯ୍ୟ ସମୟ ପରେ ବି ଆରମ୍ଭ ହୋଇପାରିନି ଭୋଟିଂ । ଶେଷ ପର୍ଯ୍ୟାୟ ମତଦାନ, ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି

Related posts

ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’

mahabharatanews

ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ

mahabharatanews

କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁ ନାହାନ୍ତି ପ୍ରବାସୀ

mahabharatanews