(ବୌଦ୍ଧ) : ବୌଦ୍ଧରେ କେ ଭି.କେ ପାଣ୍ତିଆନ ସାଧାରଣ ସଭାକୁ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବା ସହ ଭୋଟ ପାଇଁ ଅପିଲ କରିଛନ୍ତି । ସେହିପରି ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପାଣ୍ତିଆନ । ସେ କହିଛନ୍ତି, ନିର୍ବାଚନ ସମୟରେ ଅନ୍ୟ ଦଳର ନେତା ମାନେ ଅନେତ ପ୍ରତିଶ୍ରୁତି ନେଇ ଆପଣ ମାନଙ୍କ ପାଖକୁ ଆସିଥାନ୍ତି ।
ସୂଚନାନୁଯାୟୀ , ସମସ୍ୟା କେବଳ ବିଜେଡି ଦଳ ହିଁ ସମାଧାନ କରିଥାଏ । ବିରୋଧି କଥା ଅଧିକ କହିବାଥାନ୍ତି ହେଲେ କାମ କମ୍ କରିଥାନ୍ତି । ହେଲେ ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସମସ୍ୟା ବୁଝିଛନ୍ତି ଏବଂ ଏହାର ସମାଧାନ ମଧ୍ୟ କରିଆସିଛନ୍ତି । ସେଥିପାଇଁ ଏଥର ମଧ୍ୟ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ୍ କରିଛନ୍ତି । ଯାହା ପରେ ଆଗାମୀ ୫ ବର୍ଷ ମଧ୍ୟ ଆପଣଙ୍କୁ ସେବା କରିବାର ସୁଯୋଗ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ବୋଲି କହିଛନ୍ତି ପାଣ୍ତିଆନ । ଏଥର ବିଜୟ ହେଲେ ସେ ନିଜେ ଆସି ଲୋକଙ୍କୁ ପୁରସ୍କୃତ କରିବେ ଏବଂ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଭି.କେ ପାଣ୍ତିଆନ ।