(ଭୁବନେଶ୍ୱର) : ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ନାମାଙ୍କନ ଭରିଛନ୍ତି । ତେବେ ଆଜି ସକାଳୁ କର୍ମୀଙ୍କ ଗହଳି ଭିତରେ ଦୁଇ ଜଣ ନାମାଙ୍କନ ଭରିବାକୁ ବାହାରିଥିଲେ ।
ସୂଚନାନୁଯାୟୀ , ଟିକେଟ କଟିବା ପରେ ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ହାତରେ ଶଙ୍ଖ ଧରି ସେ ପ୍ରାର୍ଥିପତ୍ର ଭରିବାକୁ ବାହାରିଥିଲେ ମନ୍ମଥ । ଆଉ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଥିଲ୍ ଦୁଇ ହେଭିୱେଟ୍। ବିଜେପି ଅପରାଜିତାଙ୍କୁ ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ ତାଙ୍କୁ ଟକ୍କର ଦେବା ପାଇଁ ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି । କିନ୍ତୁ ସେ ରାଜନୀତିରେ ନୂଆ । ଗତ କିଛିବର୍ଷ ହେବ ସେ ଜଟଣୀ ନାଗରିକ କମିଟି ସଭାପତି ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ।
