ଓଡିଶା

୧୮ରୁ ୨୦ ପର୍ଯ୍ୟନ୍ତ ଜାରି ରହିବ ଲଘୁଚାପ ଜନିତ ବର୍ଷା

ବନ୍ୟାରେ ଦୁଇ ନିଖୋଜ ଥିବା ସୂଚନା

ଭୁବନେଶ୍ୱର: ଗତକାଲି ଠାରୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ। ମହାନଦୀ କୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ରହିଛି। ଆଗକୁ ବର୍ଷା ଆସୁଥିବାରୁ ଆମେ ହୀରାକୁଦର ଜଳସ୍ତର ୬୨୨ରେ ରଖିବାକୁ ଚେଷ୍ଟା କରିବୁ। ଆଜି ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯିବ। ପ୍ରାଥମିକ ପର୍ୟ୍ୟାୟରେ ୬ଟି ଗେଟ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ନେବୁ।

ମୁଣ୍ଡଳୀ ସ୍ଥିତି
ମୁଣ୍ଡୁଳୀରେ ଜଳସ୍ତର କମିଥିଲା। ବର୍ତ୍ତମାନ ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଆମର ଯାହା ଆଶା ଥିଲା ଯେ ୧୦ ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ। କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି। ଗତକାଲି ଠାରୁ କୌଣସି ଆଉ ନୂଆ ଘାଇ ସୃଷ୍ଟି ହୋଇନାହିଁ। କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି।

ଆସୁଥିବା ଲଘୁଚାପ ପାଇଁ କଣ ହେବ ସମସ୍ୟା
ଲଘୁଚାପ କାରଣରୁ ୧୮ ରୁ ୨୦ ଯେଉଁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଲଘୁଚାପଟି ଅବପାତର ରୂପ ନେଇପାରେ। ପୂର୍ବ ଅଵପାତ ଯେଉଁ ପାଶ୍ୱର୍ରେ ଯାଇଥିଲା ସେହି ଅଞ୍ଚଳ ଦେଇ ଏହି ଅଵପାତ ଯିବ। ଏହି ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଉଛି। ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେବାର ନେଇ ଆକଳନ କରାଯାଇଛି। ଯଦି ସେତିକି ବର୍ଷା ହୁଏ ତେବେ ୫ ଲକ୍ଷରୁ ୫.୫୦ ଲକ୍ଷ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ। ଯାହାକୁ ଆମେ ମୁଣ୍ଡଳୀରେ ଏହି ଫ୍ଲୋରରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରିବୁ। ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ମେଜର ଅସୁବିଧା ଆସିବ ନାହିଁ। ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଆମେ ସତର୍କ କରାଇଛୁ। ତେଣୁ ମୟୁରଭଞ୍ଜର ସମସ୍ତ ଜଳଶଯ୍ୟା ଗୁଡିକୁ ଆମେ ଖାଲି କରୁଛୁ।
ବର୍ତ୍ତମାନ ସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି। ଗଣମାଧ୍ୟମ ଜରିଆରେ ଆଉ ଗୋଟେ ବି ନିଖୋଜ ଖବର ଆସୁଛି । ସେଠି ଅନୁଧ୍ୟାନ କରିବା ଲାଗି ବି ନିର୍ଦେଶ ଦିଆଯାଇଛି। ମୋଟ ଦୁଇ ଜଣ ନିଖୋଜ ଥିବା ଖବର ଆସୁଛି। ଯେମିତି ଅଧିକ ଜୀବନ ହାନି ନ ହେବ ସେଥିପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Related posts

ମୁୁରବୀଙ୍କ ମୃତ୍ୟୁ ପରେ ପରିବାରର ୪ ଝିଅ ନିଖୋଜ

mahabharatanews

ଚାଇନା ମେଡ ମାଞ୍ଜା ବ୍ୟବହାର ଉପରେ ପ୍ରତିବନ୍ଧକ

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ମୃତ, ତିନି ଗୁରୁତର

mahabharatanews