ଓଡିଶା

ଆରଡି ମେଡିକାଲ ଛାତରୁ ଖସିଲା ପ୍ଳାଷ୍ଟର ଖଣ୍ଡ; ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡି ମେଡିକାଲ ଛାତରୁ ଖସିଲା ବଡ ବଡ ପ୍ଳାଷ୍ଟର ଖଣ୍ଡ। ଅଳ୍ପକେ ବର୍ତ୍ତିଗଲେ ରୋଗୀଙ୍କ ସହ ମେଡିକାଲ କର୍ମଚାରୀ। ଆଉ କିଛି ରୋଗୀ ଆରଡି ମେଡିକାଲରେ ଚିକିତ୍ସା ପାଇଁ ବସିଥିବା ସମୟରେ ହଠାତ୍ ମେଡିକାଲ ଛାତରୁ ବଡ ପ୍ଳାଷ୍ଟର ଖଣ୍ଡ ତଳେ ପଡି ଚୁରମାର ହୋଇଯାଇଥିଲା । ଯେଉଁଠାରେ ପ୍ଳାଷ୍ଟର ଖଣ୍ଡ ପଡିଲା ସେଠାରେ କିଛି ରୋଗୀ ବସିଥିଲେ।ସୌଭାଗ୍ଯ ବଶତଃ ସେହି ପ୍ଳାଷ୍ଟର ଖଣ୍ଡ କୌଣସି ବି ରୋଗୀଙ୍କ ଉପରେ ନପଡି ତଳେ ପଡିଥିଲା। ଏନେଇ ଖବର ପାଇବା ପରେ ଆରଡି ସରପଞ୍ଚ ମେଡିକାଲରେ ପହଁଚି କର୍ମଚାରୀ ଓ ରୋଗୀଙ୍କ ସହ କଥାବାର୍ତ୍ତା କରିଛନ୍ତି।

Related posts

ମାଓବାଦୀଙ୍କ ଲଙ୍କା କାଣ୍ଡ

mahabharatanews

ବିଜେପିରେ ମିଶିଲେ ସିନେ ତାରକା ଅନୁଭବ ମହାନ୍ତି

mahabharatanews

ମାଡି ଆସିବ କି ବିପତ୍ତି , ନୀଳ ଚକ୍ରରେ ପୁଣି ବସିଲା ଚିଲ ।

mahabharatanews