(ଭୁବନେଶ୍ୱର) : ଆଜି ମେଲାଣି ନେବେ ମା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଭୁବନେଶ୍ୱର-କଟକ ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି ।
ସୂଚନାନୁଯାୟୀ , ଭୁବନେଶ୍ୱରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ନୟାପଲ୍ଲୀ, ସହିଦନଗର, ରସୁଲଗଢ,ପରି ସମସ୍ତ ପୂଜା କମିଟି ଭସାଣ ଉତ୍ସବରେ ଏକାଠି ସାମିଲ ହେବେ । ମୂର୍ତ୍ତି ବିସର୍ଜନ ପାଇଁ ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଏବଂ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ତେବେ ଭସାଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଆଜି ଭୁବନେଶ୍ୱରରେ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଭସାଣ ଉତ୍ସବ ଅନୁଷ୍ଠିତ ହେବ ।