ଓଡିଶା

ଦୁଇ ନାବାଳିକାଙ୍କ ସଳିଳ ସମାଧି

ମହାଭାରତ, ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳା ସୋନପୁର ବ୍ଲକର ମଲ୍ଲିକମୁଣ୍ଡା ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମରେ ଥିବା ଏକ ପୋଖରୀରେ ଗାଧୋଇବା ବେଳେ ଦୁଇ ନାବାଳିକା ପାଣିରେ ବୁଡ଼ି ଯାଇଥିଲେ । ଏମାନେ ହେଲେ ଉଗ୍ରସେନ ମହନନ୍ଦଙ୍କର ୭ ବର୍ଷୀୟ ଝିଅ ପିଂକି ଓ ନୃପ ଲୁହାଙ୍କ ୮ ବର୍ଷୀୟା ଝିଅ ରାକ୍ଷୀ । ଏହି ଦୁଇ ଝିଅ ଗାଧୋଇବାକୁ ସେହି ଗ୍ରାମରେ ଥିବା ପୁଟକି ପୋଖରୀକୁ ଯାଇଥିଲେ । ଦୁଇ ନାବାଳିକା ଘରକୁ ଅ ।ସିବା ପାଇଁ ବିଳମ୍ବ ହେବାରୁ ଘର ଲୋକେ ପୋଖରୀକୁ ଯାଇ ଖୋଜା ଖୋଜି କରିଥିଲେ । କିନ୍ତୁ ସେମାନଙ୍କୁ ପାଇ ନ ଥିଲେ । ପରେ ସୋନପୁର ଟାଉନର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଆସି ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଦୁଇ ଝିଅର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Related posts

ଟ୍ରକ୍କୁ ଧକ୍କା ଦେଲା କାର, ଜଣେ ମୃତ

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବାପି ସର୍ଖେଲ

mahabharatanews

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews