ଓଡିଶା

ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ

(ଭୁବନେଶ୍ୱର) : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଥିବା ବେଳେ ଭୋକରେ ରହିଛନ୍ତି ପ୍ରଭୁ  । ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ଯାହାକୁ ନେଇ ପୂଜା ପଣ୍ତା ଓ ବ୍ରାହ୍ମଣ ନିଯୋଗ ଦାବି କରିଛି ଯେ ଏହା ପଛରେ ଷଡଯନ୍ତ୍ର ଅଛି ଯେଉଁଥି ପାଇଁ ନୀତିକାନ୍ତି ବନ୍ଦ କରାଯାଇଛି ।

ସୂଚନାନୁଯାୟୀ , ବେବନ୍ଦୋବସ୍ତ ଜମି ଗୁଡ଼ିକ କାହିଁକି ସେବାକାରୀଙ୍କଠାରୁ ଛଡାଇ ନିଆଯାଇ ଲିଙ୍ଗରାଜଙ୍କ ଖାତା ଖୋଲା ଗଲା ? ତେବେ ସମସ୍ତ ଜମି ଫେରସ୍ତ କରାଯାଉ ନଚେତ୍ ଆଗାମୀ ଦିନରେ ଅମିର୍ଦ୍ଦିଷ୍ଟ କାଳ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବ । ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ମନ୍ଦିର ବନ୍ଦ ହେବା ଫଳରେ ଦିଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି । ୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ହେବାର ଦେଖିବାକୁ ମିଳୁଛି ।

Related posts

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ଧାମନଗର ଉପ ନିର୍ବାଚନ: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ

mahabharatanews