କେନ୍ଦୁଝର/ବିଜୟ କୁମାର କାରୁଆ: ଆଜି କେନ୍ଦୁଝରଜିଲ୍ଲା ଅଧିଷ୍ଟି ଦେବୀ ମା ତାରିଣୀ ଙ୍କ ୮୭ତମ ଚୈତି ପର୍ବ ଅନୁଷ୍ଠିତ ହୋଇଛି । ଭୋର ସକାଳ ୫ଟା ସମୟରୁ ମା ପୂଜା ନୀତିକାନ୍ତି ସହ ଚଣ୍ଡୀ ପାଠ ଆରମ୍ଭ ହୋଇଥିଲା । ଚୈତି ପର୍ବରେ ମନ୍ଦିର ଖୋଲିବା ପୂର୍ବରୁ ରାଜ୍ୟର କୋଣ ଅଣୁକୋଣରୁ ହଜାର ହଜାର ଭକ୍ତଙ୍କ ଧାଡି ଦେଖି ବାକୁ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଭକ୍ତ ମାଙ୍କ ଦର୍ଶନ କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ନିମନ୍ତେ ପାଣି,ପଣା,ଭୋଗର ବ୍ୟବସ୍ଥା କରାଯିବା ସହ ଭକ୍ତଙ୍କ ସୁରକ୍ଷା ପାଇଁ ସୁବ୍ୟବସ୍ଥା ସହ ଶୁଙ୍ଖଳା କୁ ଆଖି ଆଗରେ ରଖାଯାଇ ପୋଲିସ,ଅଗ୍ନିଶମ ବିଭାଗ ମୁତୟନ ଦେଖି ବାକୁ ମିଳିଛି ।
previous post