ଓଡିଶା

ହଜାରେ ସ୍ୱାବ ନମୂନା ସଂଗ୍ରହ କରିଥିବା ମଧୁସ୍ମିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମରେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜିଲ୍ଲା ଅନ୍ତର୍ଗତ ସୋରଡ଼ା ଠାରେ ସ୍ୱାବ ସଂଗ୍ରହ ଓ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଯାଇଛି । ଜିଲ୍ଲାରେ କରୋନାର ଚେନକୁ ଭାଙ୍ଗିବାକୁ ମଧୁସ୍ମିତା ସ୍ବାଇଁ ନାମକ ଜଣେ କରୋନା ଯୋଦ୍ଧା ନିଜକୁ ରୋଗୀଙ୍କ ସେବାରେ ସମର୍ପିତ କରିଥିବା ଦେଖିବାକୁ ମିଳିଛି । ସୋରଡ଼ା ଠାରେ କରୋନା ଟେଷ୍ଟ ନିମନ୍ତେ ସ୍ୱାବ ସଂଗ୍ରହ ଏବଂ ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି । ପ୍ରତ୍ୟେକ ଦିନ ଲୋକମାନେ ସ୍ୱାବ ଟେଷ୍ଟ ପାଇଁ ଆସୁଥିବାବେଳେ କରୋନାକୁ ଖାତିର ନକରି କାମ କରୁଛନ୍ତି କୋଭିଡ ଯୋଦ୍ଧା ମଧୁସ୍ମିତା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ମଧୁସ୍ମିତା ଆଜିକୁ ୨୦ ଦିନ ମଧ୍ୟରେ ଏକ ହଜାରରୁ ଉଦ୍ଧ୍ୱର୍ ସ୍ୱାବ ନମୂନା ସଂଗ୍ରହ କରିଛନ୍ତି । ତାଙ୍କର ରୋଗୀ ସେବା ଓ ନିଜର କର୍ତ୍ତବ୍ୟ ପ୍ରତି ଏଭଳି ନିଷ୍ଠାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରି ପ୍ରଶଂସା କରିଛନ୍ତି ।

Related posts

କାଳବୈଶାଖୀର ତାଣ୍ଡବ, ଉଡିଲା ଛପର, ଟଳିଲା ଗଛ….

mahabharatanews

ଅଟୋ ଓଲଟି ମହିଳା ମୃତ

mahabharatanews

ରାସ୍ତା ପାଇଁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁଇଦିନିଆ ଧାରଣା

mahabharatanews