(ମହାଭାରତ, କଣିହାଁ): ଅନୁଗୁଳ ଜିଲ୍ଲା ତାଳଚେରର କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ହାଇସ୍କୁଲର ୭୧ତମ ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଛି । ସ୍କୁଲର ଏହି ବାର୍ଷିକ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ କଣିହାଁ ବ୍ଲକ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍କୁଲର ଉନ୍ନତି ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଦୃଢବତୀ ହୋଇ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା କିମ୍ସ ହସ୍ପିଟାଲର ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ପଞ୍ଚାନନ ସାହୁ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ର ଜୀବନର ଅନୁଭୂତି ଓ ବିଭିନ୍ନ ଘଟଣାର ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ପବିତ୍ର ଲିପି’ ଓ ପ୍ରାଚୀର ପତ୍ରିକା ‘ଆମଲେଖା’ ଉନ୍ମୋଚିତ ହୋଇଥିଲା । ପରେ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ସ୍କୁଲ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶି୩ୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବର ପରିଚାଳନା କରିବାରେ ସହଯୋଗ କରିଥିଲେ ।
previous post
next post