ଓଡିଶା

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

(ପୁରୀ)  : ଆଉ ୨୩ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା।ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି। ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୩ ଦିନ ପୂରିଛି। ବୁଧବାର ଦିନ ତିନି ରଥର ୪୨ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୪୨ରୁ ୩୮ ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ବାକି ୪ ଚକ ନିର୍ମାଣକୁ ମହାରଣା ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି।

ସୂଚନାନୁଯାୟୀ , ଏଥିପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ସଜଡ଼ା ଚାଲିଛି ପହଣ୍ଡି ବାଟ ରଥଯାତ୍ରା ଶେଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ପାଇଁ ଚେନ୍ନାଇ ଏସ୍‌ ଏନ୍‌ ୟୁନିଭର୍ସିଟିର କୁଳପତି ତଥା ଖଡ଼ଗପୁର ଆଇଆଇଟିର ପୂର୍ବତନ ଉପନିର୍ଦ୍ଦେଶକଙ୍କ  ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାମ ଜାରି ରହିଛି।

Related posts

ଆଜି ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

mahabharatanews

ଆଉ ୩ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

mahabharatanews

ଭିକ୍ଷୁକ, ପର୍ଯ୍ୟଟକଙ୍କ ହୋଲି ପାଳନ

mahabharatanews