ଓଡିଶା

ଆଜି ମହାଶିବରାତ୍ରୀ : ଜାଗର ଜାଳିବେ ଶ୍ରଦ୍ଧାଳୁ 

(ଭୁବନେଶ୍ୱର) : ଆଜି ମହାଶିବରାତ୍ରୀ । ମହାଦେବଙ୍କ ଉପାସନା ଲାଗି ଜାଗର ଜାଳିବେ ଶ୍ରଦ୍ଧାଳୁ । ଦିନ ସାରା ଉପାସରେ ରହିବା ସହ ରାତିରେ ଉଦାଗର ରହି ଦୀପ ଜାଳିବେ ଭକ୍ତ । ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ । ଏ ନେଇ ସକାଳୁ ସକାଳୁ ଚଳଚଞ୍ଚଳ ଶୈବପୀଠ । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ଶିବାଳୟରେ ଭିଡ଼ ଲଗାଇଛନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, ଧବଳେଶ୍ୱର, ଆଖଣ୍ଡଳମଣୀ ପୀଠ, କପିଳାସ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ।

ସୂଚନାନୁଯାୟୀ , ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ଚାରିଟା ରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ଏହାପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।

Related posts

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ 

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews

“ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି” : କାର୍ତ୍ତିକ ପାଣ୍ଡିଆନ

mahabharatanews