ଓଡିଶା

ପାଳିତ ହେଲା ମହୋଦଧି ଦିବସ

ପୁରୀ /ଜୟନ୍ତ କୁମାର ସେଠି: ପୁରୀ ଜିଲ୍ଲା ସ୍ବେଛସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ର ମିଳିତ ସହଯୋଗ ରେ ସମୋବାର  ପାଳିତ ହୋଇଯାଇଛି ମହୋଦଧି ଦିବସ।ଏହି କାର୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କାଏକିଁ ରାଲୀ।ପୁରୀ ସମୁଦ୍ରରେ ବେଲ୍ ଅନୁଷ୍ଠାନ ତରଫରୁ ପ୍ରଥମ ଥର ପାଇଁ ଏହା ଆୟୋଜିତ ହୋଇଥିଲା।କଟକର ଙୟସଗ୍ଦଷବ ଗବକ୍ସସଗ୍ଧସଜ୍ଞର କବକ୍ଷସଦ୍ଭଶବ ଝଙ୍କକ୍ସଲ ଖସଲର ଝବଙ୍ଖସଦ୍ଭଶ ଝକ୍ଟମସରଗ୍ଧଚ୍ଚ ଓ ପୁରୀ ର କବକ୍ଷସଦ୍ଭଶବ ଝଙ୍କକ୍ସଲସଦ୍ଭଶ ଖସଲର ଝବଙ୍ଖସଦ୍ଭଶ ଝକ୍ଟମସରଗ୍ଧଚ୍ଚ  ଅନୁଷ୍ଠାନର ୮ଜଣ ଯୁବକ ଅଲିଭ ରିଡଲେର ସୁରକ୍ଷା କରନ୍ତୁ ସମୁଦ୍ର ବଞ୍ଚନ୍ତୁ ବାର୍ତା ନେଇ ବଳିଆ ପଣ୍ଡା ଠାରୁ ଏହି ରାଲି ସମୁଦ୍ର ଭିତରେ ନୀଳାଦ୍ରି ବିଚ୍ ପର୍ୟ୍ୟନ୍ତ ଯାଇଥିଲା।ଏହି ରାଲି କୁ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।ସେହିପରି ନୀଳାଦ୍ରି ବିଚ୍ ମୁକ୍ତାକାଶ ରଙ୍ଗମଞ୍ଚରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଏଥିସହ ମହିଳା ମାନଙ୍କ ମଧ୍ୟରେ ଜ୍ଞଙ୍କଗ୍ଦସମ ମଷବସକ୍ସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପରିବେଶ ଓ କଇଁଛ ସୁରକ୍ଷା ଦିଗରେ କାର୍ୟ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା  କରିବା ସହିତ ଲିମକା ବୁକ୍ ରେ ନିଜ ନାମ ସାମିଲ କରିଥିବା  ଯୁବ ପରିବେଶବିତ୍ ସୌମ୍ୟରଞ୍ଜନ ବିଶ୍ବାଳଙ୍କୁ ମହୋଦଧି ସମ୍ମାନ ୨୦୨୨ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଏହି କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ସମର୍ଥ ବର୍ମା “ମହୋଦଧି ଉତ୍ସବ” ଅନୁଷ୍ଠାନ ର ଏକ ନିଆରା ପ୍ରୟାସ ଓ ଏହା ଆଗାମୀ ସମୟରେ ଓଡ଼ିଶାର ପ୍ରତ୍ୟେକଟି ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ ବାର୍ତ୍ତା ବହନ କରିବେ ବୋଲି କହିଥିଲେ। ଦି ବେଲ୍ ଆବାହକ ସିଦ୍ଧାର୍ଥ ରାୟ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କ ରେ କହିଥିଲେ ଓଡ଼ିଶାର ବିସ୍ତୃତ ଉପକୂଳ ବର୍ତ୍ତମାନ କ୍ଷୟ ହେବାକୁ ବସିଛି ଯାହା ଫଳରେ ପ୍ରାକୃତିକ ବିପର୍ୟ୍ୟୟ ସୃଷ୍ଟି ହେଉଚି ତେଣୁ ବେଲ୍ ଦ୍ଵାରା ଆରମ୍ଭ କରାଯାଇ ଥିବା ମହୋଦଧି ଉସବ ଲୋକଙ୍କ ମନରେ ସମୁଦ୍ର ଓ ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବ।ଏବଂ ଏହି କାର୍ୟ୍ୟ କ୍ରମର  ଉଦ୍ଦେଶ୍ୟ ସେତିକି ବେଳେ ସଫଳ ହେବ ଯେତେବେଳେ ଓଡ଼ିଶାର ପ୍ରତ୍ୟେକ ଉପକୂଳବର୍ତ୍ତୀ ଜିଲ୍ଲା ରେ ଏହି କାର୍ୟ କ୍ରମ ଅନୁଷ୍ଠିତ ହେବ ।

ଏଥି ସହିତ ଏହି ବର୍ଷ କୋଣାର୍କ ଠାରେ ମଧ୍ୟ ମହୋଦଧି ଉତ୍ସବ ବିଭିନ୍ନ ଅନୁଷ୍ଠାନ ତରଫରୁ ପାଳିତ ହେଉଚି ବୋଲି ସୂଚନା ଦେଥିଲେ।କାର୍ୟ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ମହୋଦଧି ଉତ୍ସବ ର ପତାକା ଉତ୍ତୋଳନ କରାଯିବା ସହିତ ଉପସ୍ଥିତ ଦର୍ଶକ ଓ ଛାତ୍ର ଛାତ୍ରୀ ମାନେ ମିଳିତ ଭାବରେ ମହୋଦଧି ସୁରକ୍ଷା ସମ୍ପର୍କ ରେ ଶପଥ ପାଠ କରିଥିଲେ ।ଏହି ଅବସରରେ କାର୍ୟ୍ୟ କ୍ରମର ଅନ୍ୟତମ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ, ପୁରୀ ମୁଖ୍ୟ ଶାଖା ର ପରିଚାଳକ ବିଜୟ କୁମାର ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ୟ୍ୟକ୍ରମକୁ ଶିଶୁ ସମାଚାର ର ସୁକାନ୍ତ କୁମାର ପଣ୍ଡା, ଶ୍ରୀ ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟ ର ରାଜ କିଶୋର ପାତ୍ର, ସମର୍ପଣ ର ବ୍ରଜ କିଶୋର ସାହୁ, ବୋଧିଚାକ୍ର ର ଉମେଶ ଚନ୍ଦ୍ର ଦାସ, ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ର ଗଜଲକ୍ଷ୍ମୀ ରାୟ, ସଂକଳ୍ପ ଫାଉଣ୍ଡେସନ ର ସୁଚରିତା ପାଢ଼ୀ, ଆର୍ଟ ଅଫ ଲିଭିଂ ର ସୁଚିଶ୍ମିତା ମହାନ୍ତି, ଅନ୍ୱେଷଣ ର ସନ୍ତୋଷ କୁମାର ରାଉତ ଙ୍କ ସମେତ ଦି ବେଲ୍ ୟୁଥ୍ ଫୋରମ୍ ର ସତ୍ୟନାରାୟଣ ସାହୁ,ଓମ୍ ପ୍ରସାଦ ମହାନ୍ତି, ଟିକୀନା ପ୍ରଧାନ, ଅମର ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Related posts

ଧାମନଗରରେ କମ୍ପୁଛି ପ୍ରଚାର ମଇଦାନ

mahabharatanews

ସମ୍ପର୍କୀୟ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

mahabharatanews

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

mahabharatanews