Uncategorized

କେନାଲ ନିର୍ମାଣରେ ମିଶୁଛି ମାଟି ମିଶ୍ରିତ ବାଲି

ମାଲକାନଗିରି : କାଲିମେଳା,ଏମପିଭି-୨୯ ଗ୍ରାମ ନିକଟସ୍ଥ ପଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣଧିନ କଂକ୍ରିଟ କାମ ନିମ୍ନମାନର କରାଯିବା ବେଳେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ଅଭିଯୋଗ ହୋଇଛି । ଏହି ଶାଖା କେନାଲ ମଧ୍ୟରେ ୨୪୫ ମିଟର ଲମ୍ବର କଂକ୍ରିଟ ନାଳ ନିର୍ମାଣ କରାଯାଉଛି । ଯେଉଁ ଥିରେ ମାଟି ମିଶ୍ରିତ ଲୋକାଲ ବାଲି ବ୍ୟବହାର କରାଯାଉଛି । ସରକାରୀ ହିସାବରେ ବାଲି,ମେଟାଲ ଓ ସିମେଣ୍ଟ ର ପରିମାଣ ୬-୪-୧ ରହିଥିବା ବେଳେ ଠିକାଦାର ଜଣଙ୍କ ୧୨ ଗାମଲା ବାଲିରେ ୪ଗାମଲା ଚିପ୍ସ ଏବଂ ନିମ୍ନ ମାନର ଲୋ କ୍ୱଲିଟିର ସିମେଣ୍ଟ ମିଶ୍ରିତ କରାଯାଉଛି । ତେବେ କାର୍ୟ୍ୟ ସ୍ଥଳରେ ନାମ ଫଳକ ନଥିବା ବେଳେ ଏହାକୁ ରାହୁଲ ଦେବ ନାମକ ଠିକାଦାର କରାଉଥିବାର ଜଣା ପଡ଼ିଛି । ଏହି ନିମ୍ନମାନର କାମକୁ ବିଭାଗିୟ କତ୍ତୃପକ୍ଷ ତଦନ୍ତ କରିବା ସହ ଏହି କାମରେ ଶିଶୁ ଶ୍ରମିକ ନିୟୋଜିତ କୁ ଗ୍ରାମବାସୀ ଦୃଢ ନିନ୍ଦା କରିବା ଦେଖିବାକୁ ମିଳୁଛି ।ଏନେଇ ସଂପୃକ୍ତ ଯନ୍ତ୍ରୀ ମଳୟ କୁମାର ମିସ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଏହାର ଅଟକଳ ମୂଲ୍ୟ ଜାଣିନଥିବା ବେଳେ କାମ ଠିକ ଠାକ୍ ଚାଲିଥିବା ଏବଂ ମାର୍କେଟରେ ଯେଉ ସିମେଣ୍ଟ ମିଳୁଛି ତାହି ଦ୍ୱରା କାମ କରା ହେବ ବୋଲି ସେ କହିଛନ୍ତି । ଯନ୍ତ୍ରୀ ଜଣକ ସବୁ ସମୟରେ କାର୍ୟ୍ୟ ତଦାରଖ କରୁଥିବା ବେଳେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା କିଭଳି ଜାଣିପାରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜେଇ ମହାଶୟଙ୍କ ଏହି ଭଳି ମନ୍ତ୍ୟବ ଏବଂ ଶିଶୁ ଶ୍ରମିକ ନିୟୋଜିତ କରିବା କେତେ ଦୂର ଯୁକ୍ତି ଯୁକ୍ତ ତାହା ପରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି ।

Related posts

ଜମ୍ମୁକାଶ୍ମୀରରେ ଭୁକମ୍ପ ଝଟକା

mahabharatanews

ସରକାରୀ କାର୍ଯ୍ୟକ୍ରମରେ ପତ୍ନୀଙ୍କ ଉପସ୍ଥିତି ନେଇ ପ୍ରଶ୍ନରେ ଦିନକର କ୍ଷୁବ୍ଧ

mahabharatanews

ଆସନ୍ତା କାଲି କୃଷକ ସଂଗଠନର ଭାରତ ବନ୍ଦ

mahabharatanews