ଓଡିଶା

ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳନ କରାଯାଇଛି

ଜୟପାଟଣା/ ଅରୁଣ କୁମାର ସାହୁ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ଆଜି ସ୍ଵାଧିନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ୧୬୭ ସହିଦ ଦିବସ ପାଳନ କରାଯାଇଛି। ଜୟପାଟଣା ଆଦିବାସୀ ସଂଘ ଜୟପାଟଣା ବ୍ଲକ ତରଫ ରୁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ସହିଦ ଦିବସ ପାଳନ ଅବସରେ ଜୟପାଟଣା ଗୀତ ଭବନ ଠାରୁ ଏକ ଶୁଭା ଯାତ୍ରା ଭାରି ଥିଲା!ଏହି ଶୁଭାଯାତ୍ର ରେ ସଭାପତି ଶ୍ରୀ ମନୋଜ ପାତ୍ର କାଯ୍ୟକରୀ ସଭାପତି ଶ୍ରୀ ଗଙ୍ଗାଧର ପାତ୍ର ସଂପାଦକ ପୁରୁଷୋତମ ମାଝୀ , କୋଷଧକ୍ଷ ଶ୍ରୀ ପୁରଞ୍ଜନ ପୂଜାରୀ ,ଶ୍ରୀ ଜଗମୋହାନ ମାଝୀ, ଶ୍ରୀ ଡ଼ମୁରୁଧର ନାଏକ ,ଶ୍ରୀଭୋଲାରାମ ନାଏକ ସମେତ ଙ୍କ ବହୁ ସଂଖ୍ୟାରେ ଲୋକ ମାନେ ଯୋଗ ଦେଇଥିଲେ। ଆଦିବାସୀ ଙ୍କର ପ୍ରମୁଖ ବାଦ୍ୟ ଶାଳ , ନିଶାନ ବାଦ୍ୟ ଧନୁତୀର ସହକାରେ ସହ ସହ ସଂଖ୍ୟାରେ ଜୟପାଟ ଣା ମୁଖ୍ୟରାସ୍ତା ରେ ବଡ଼ ଆଡମ୍ବର ରେ ରାଜବାଟୀ ଦେଇ ଆଦିବାସୀ କର୍ମ କର୍ତ୍ତା ଏହି ଶୁଭା ଯାତ୍ରା ରେ ସାମିଲ ହୋଇ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଥିବା ସହିଦ୍ ରେଣ୍ଡୋ ମାଝୀଙ୍କ ପ୍ରତିମୃତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସହିଦ୍ ରେଣ୍ଡୋ ମାଝୀଙ୍କ ଜୀବନିକା ବିଷୟରେ କାର୍ୟ୍ୟକାରୀ ସଭାପତି ଶ୍ରୀ ଗଙ୍ଗାଧର ପାତ୍ର ଆଲୋକ ପାତ କରିଥିଲେ ।ଏହି ପରି ପ୍ରତି ବର୍ଷ ସହିଦ ଦିବସ ପାଳନ କରି ଆସୁଛନ୍ତି।

Related posts

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews

ଆସେ ବାହା ହେବା ! ତାପରେ ଦୁଷ୍କର୍ମ

mahabharatanews