Uncategorized

ଫୁଲୁଛି ମହାନଦୀ, ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର

ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମଗାତ ବୃଦ୍ଧି ପାଉଛି। ସକାଳ ୬ଟା ସୁଦ୍ଧା ମୁଣ୍ଡୁଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ।

ଗତକାଲି ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳୀରେ ପହଞ୍ଚିଛି। ଫଳରେ ଜଳସ୍ତର ବଢ଼ିଛି । ବିଶେଷ କରି ବନ୍ୟାଜଳ ପହଞ୍ଚିବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି।

ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ଜଳ ପତ୍ତନ ୬୧୮ ଫୁଟ ରହିଛି । ସେହିପରି ଏଠାରୁ ୨,୫୭,୦୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩,୪୭,୬୨୮ କ୍ୟୁସେକ୍ ।

ସେପଟେ ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ୩ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ।

Related posts

ଭାରତର ଗୁଗୁଲ୍ କର୍ମଚାରୀଙ୍କୁ କୋରୋନା

mahabharatanews

ଭିୱାଣ୍ଡିରେ ଭୁଷୁଡିଲା ୩ ମହଲା କୋଠା, ୧୦ ମୃତ

mahabharatanews

ଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ! ବଢ଼ିପାରେ ବର୍ଷାର ପ୍ରଭାବ

mahabharatanews