ଓଡିଶା

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

(ପୁରୀ) :  ଚାଲିଛି  ମହାକାର୍ତ୍ତିକର ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେଉଛି । ଗୁରୁବାର ଦିନ ଶ୍ରୀମନ୍ଦିରରେ ହରି ଉତଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି  ।

 ପୂର୍ବ ନିର୍ଧାରିତ ଅନୁଯାୟୀ, ୨୬ରେ ଲକ୍ଷ୍ମୀନୃସିଂହ ବେଶ, ଏବଂ ପଞ୍ଚୁକର ଶେଷ ଦିନ, ୨୭ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଏବଂ କେତେକ ଅଧିକ ଅଳଙ୍କାର ଧାରଣ କରିଥାନ୍ତି । ଆଜି ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସେପଟେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

 

 

 

Related posts

ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’

mahabharatanews

ମତଦାନ ସାବ୍ୟସ୍ତ କଲେ ରାଜଧାନୀ ଭୁବନେଶ୍ୱରର ୩ ମେୟର ପ୍ରାର୍ଥୀ

mahabharatanews

ଘୂର୍ଣ୍ଣିବଳୟ ପ୍ରଭାବ; ଆସନ୍ତା କାଲିଠୁ ବଢ଼ିବ ବର୍ଷା

mahabharatanews