ଓଡିଶା

ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ

(ଭୁବନେଶ୍ୱର) : ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ନିବାସୀ ମହେନ୍ଦ୍ର ବଢ଼େଇ । ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ।

ସୂଚନାନୁଯାୟୀ , ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ବଢ଼େଇ ତାଙ୍କ ପଛରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି।  ପ୍ରଶାସନିକ ଅଧିକାରୀ ଭାବେ ଶେଷଥର ପାଇଁ ନୂଆପଡ଼ା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ।

Related posts

ଗାଧୋଇବାକୁ ଯାଇ ନାବାଳକ ନିଖୋଜ

mahabharatanews

ଭୀମକୁଣ୍ଡ ସ୍ବତୀଘାଟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

mahabharatanews

ମାଲକାନଗିରିରେ ପୁଣି ଜନନୀ ଯନ୍ତ୍ରଣା

mahabharatanews