ଓଡିଶା

ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ

(ଭୁବନେଶ୍ୱର) : ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ନିବାସୀ ମହେନ୍ଦ୍ର ବଢ଼େଇ । ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ।

ସୂଚନାନୁଯାୟୀ , ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ବଢ଼େଇ ତାଙ୍କ ପଛରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି।  ପ୍ରଶାସନିକ ଅଧିକାରୀ ଭାବେ ଶେଷଥର ପାଇଁ ନୂଆପଡ଼ା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ।

Related posts

ମା’ ତାରିଣୀଙ୍କର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉଦ୍ୟାପିତ

mahabharatanews

ଯୋଡ଼ା ଟାଟା ଷ୍ଟିଲ ପକ୍ଷରୁ  ଆଜି ରନ୍-ଏ-ଥନ୍ ର ଆୟଜନ କରାଯାଇଥିଲା

mahabharatanews

ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା  

mahabharatanews