ଭାରତ

ଦିଲ୍ଲୀର ଗୋକୁଳପୁରୀରେ ଭୟାବହ ଅଗ୍ନିକାଣ୍ଡ, ୭ଜଣ ମୃତ

(ଦିଲ୍ଲୀ) : ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ସମଗ୍ର ବସ୍ତିକୁ କାବୁ କରି ନେଇଥିଲା। ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ୭ ମୃତଦେହ ଠାବ କରିଛନ୍ତି। ନିଆଁରେ ଜଳି ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।

 

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ସିଦ୍ଧୁଙ୍କର ଦିନ ଓ ରାତି କେମିତି କଟୁଛି ଜେଲରେ , ଆସନ୍ତୁ ଜାଣିବା

mahabharatanews

ପୁଲିସ ଏନକାଉଣ୍ଟରେ ଟଳିଲେ ୪ନକ୍ସଲ  

mahabharatanews