ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ମୋହନ ସରକାର ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୨୦୦୫ ବ୍ୟାଚର ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡା ବିଭାଗରୁ ବଦଳି ହୋଇଛି । ତାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି । ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ ତଥା ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିସନର ଭାସ୍କର ଜେ୍ୟାତି ଶର୍ମାଙ୍କୁ ଦାୟିତ୍ବ ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ବ୍ୟାଚର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡୋକର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ୧୯୯୩ ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ମିଳିଛି ।
previous post