ମନୋରଞ୍ଜନ

ଗଙ୍ଗୁବାଇ ଗେଟଅପ୍ ରେ ରାମ୍ପୱାକ କଲେ ବିଦେଶି ମଡେଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଫିଲ୍ମକୁ ନେଇ ତ କେବେ ନିଗ ଲୁକ୍ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆଲିଆ । ବର୍ତ୍ତମାନ ଆଲିଆଙ୍କ ଅଭିନୀତ ଫିଲ୍ମ ଗଙ୍ଗୁବାଇ ଚଳଚ୍ଚିତ୍ରରେ ରହିଥିବା ଲୁକ୍ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳଚ୍ଚିତ୍ର ଗଙ୍ଗୁବାଇ ଯେତେବେଳେ ରିଲିଜ ହୋଇଥିଲା, ସେହି ସମୟରେ ଦେଶ, ବିଦେଶରେ ଗଙ୍ଗୁବାଇ ଲୁକ୍ ଖୁବ୍ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣି ଥରେ ବର୍ତ୍ତମାନ ଏହି ଲୁକର କ୍ରେଜ ବିଦେଶରେ ଦେଖିବାକୁ ମିଳିଛି । ଖବରଅନୁଯାୟୀ; ମାଲେସିଆରେ ଆୟୋଜିତ ଏକ ଫ୍ୟାଶନ ଶୋ’ରେ ଜଣେ ମଡେଲ ଗଙ୍ଗୁବାଇ ଲୁକରେ ନଜର ଆସିଥିଲେ । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ମାଲେସିଆରେ ଫ୍ୟାଶନ ଶୋ’ ୨୦୨୨ରେ ଅଂଶଗ୍ରହଣ କରିଥିବା ମଡେଲମାନଙ୍କ ମଧ୍ୟରୁ ଜଣେ ମଡେଲ୍ ଆଲିଆଙ୍କ ଏହି ଗଙ୍ଗୁବାଇ ଲୁକ୍ ଉପସ୍ଥାପନ କରିଥିଲେ । ଫ୍ୟାଶନ ଶୋ ସମୟରେ ମଡେଲ ଏହି ଲୁକ୍ ରେ ରାମ୍ପୱକ କରିଥିଲେ । କେବଳ ଏତିକି ନୁହେଁ, ମଡେଲ ଜଣଙ୍କ ତାଙ୍କ ଚେହେରା , ହେୟାର ଷ୍ଟାଇଲ୍ ଏବଂ ପୋଷାକ ମଧ୍ୟ ଗଙ୍ଗୁବାଇ ଷ୍ଟାଇଲ ପରି କରିଥିଲେ । ଏଥିସିହତ ସେ ଅଭିନେତ୍ରୀ ଆଲିଆଙ୍କ ପରି ଦେଖାଯିବା ପାଇଁ ଏକ କଳା ଚଷମା ମଧ୍ୟ ବ୍ୟବହାର କରିଥିଲେ । ତେବେ ଫ୍ୟାଶନ ଶୋ’ର ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଆଲିଆଙ୍କ ଅଭିନୀତ ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ଚଳିତ ବର୍ଷ ମୁକ୍ତିଲାଭ କରିଥିଲା ।ଏଥି ସହ ଗଙ୍ଗୁବାଇ ଭୂମିକାରେ ଆଲିଆ ନିଜକୁ ଅତି ନିଖୁଣ ଅଭିନୟ ତାଙ୍କ ପ୍ରଶଂସକଙ୍କ ମନ କିଣିଥିଲେ ।

Related posts

ଅଯୋଧ୍ୟାରେ ପ୍ଲଟ୍‌ କିଣିଲେ ଅମିତାଭ

mahabharatanews

୧୩ରେ ନିର୍ବନ୍ଧ : ଦିଲ୍ଲୀରେ ପହଞ୍ଚିଲେ ରାଘବ-ପରିଣୀତି

mahabharatanews

ତମାଖୁ ବର୍ଜନ ବିଜ୍ଞପ୍ତି ବାଧ୍ୟତାମୂଳକ 

mahabharatanews