ଓଡିଶା

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସର ବିକ୍ଷୋଭ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଲକଡାଉନ କଟକଣା କୋହଳ ହେବା ପରେ ଠପ୍ ହୋଇଥିବା ବେପାର ସବୁ ଅଣ୍ଟା ସଳଖ କରିବାକୁ ଲାଗିଛନ୍ତି । ଏସବୁ ମଧ୍ୟରେ ବିଗତ ୩ ସପ୍ତାହ ମଧ୍ୟରେ ଦେଶରେ କ୍ରମାଗତ ଭାବେ ତେଲ ଦର ବଡିବାରେ ଲାଗିଛି । ଯାହାକୁ ନେଇ ଦେଶବାସୀ ଚିନ୍ତାରେ ପଡିଛନ୍ତି । । ତେଲ ଦର ବୃଦ୍ଧି ପ୍ରସଙ୍ଗ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଛି । ମୌସୁମୀର ଆଗମନରେ ଖରିଫ ଚାଷ ପାଇଁ ଚାଷୀ ଚିନ୍ତିତ ଥିବାବେଳେ ଅନ୍ୟ ପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ତେଲ ଦର ବୃ୍ଦ୍ଧିର ପ୍ରତିବାଦ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସର ରାମ ପଟ୍ଟନାୟକ, ଗୋବିନ୍ଦ ପାତ୍ର, କେସୁ ରାଓ ଓ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ।

Related posts

ସାମାଜିକ ଗଣମାଧ୍ୟମରେ ଶାଳୀନତା ରକ୍ଷା କରିବା ଆବଶ୍ୟକ

mahabharatanews

କାଳିଆ ଟଙ୍କା ଓ ବାଲିଘାଟ ଅନିୟମିତତା ନେଇ ଗର୍ଜିଲେ ଚାଷୀ

mahabharatanews

ରାଜ୍ୟରେ ମାତ୍ର ୧୦୧୮୦ଜଣ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ

mahabharatanews