ଓଡିଶା

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମାଲକାନଗିରି ଜିଲ୍ଲା ଆଦିବାସୀ କର୍ମଚାରି ସଂଘ ପକ୍ଷରୁ ଗୌଡଗୁଡା ପଚାଂୟତ ଗରେଇଗୁଡା ଆଦିବାସୀ ଗ୍ରାମରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ସହକାରି ଜିଲ୍ଲାପାଳ ଜଗଦୀଶ କାର୍ତାମି,ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଦିବାସୀ ସମାଜ ମହା ସଂଘର ସଭାପତି ଘନଶ୍ୟାମ ମାଡକାମି ଯୋଗଦେଇ ଗଣ୍ଡୱାନା ରାଣୀ ଦୁର୍ଗାବତୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଅବସରେ ଗରେଇଗୁଡା ଗ୍ରାମର ଗରିବ ଅସହାୟ ଆଦିବାସୀ ପରିବାରଙ୍କୁ ରିଲିଫ ସାମଗ୍ରୀ ବଟଂନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ହରିହର ପଡିଆମି,ଆନନ୍ଦମାଢି,ରଘୁନାଥନାୟକ,ଜୟରାମମାଢି,ଦେବେନ୍ଦ୍ର ମାଡକାମି,ଗୁପ୍ତ ମାଢି,ଜଗନ୍ନାଥ ପଡିଆମି ପ୍ରମୁଖ କର୍ମକର୍ତା ଉପସ୍ଥିତି ରହି ରାଣୀ ଦୁର୍ଗାବତୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି ।

Related posts

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶାରେ ତୃତୀୟ ଦିନ

mahabharatanews

ସାଇକ୍ଲୋନ ଆସାନି ନାମର ଅର୍ଥ କ ‘ଣ?

mahabharatanews