ଓଡିଶା

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମାଲକାନଗିରି ଜିଲ୍ଲା ଆଦିବାସୀ କର୍ମଚାରି ସଂଘ ପକ୍ଷରୁ ଗୌଡଗୁଡା ପଚାଂୟତ ଗରେଇଗୁଡା ଆଦିବାସୀ ଗ୍ରାମରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସମ୍ମାନିତ ଅତିଥି ଭାବେ ସହକାରି ଜିଲ୍ଲାପାଳ ଜଗଦୀଶ କାର୍ତାମି,ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଦିବାସୀ ସମାଜ ମହା ସଂଘର ସଭାପତି ଘନଶ୍ୟାମ ମାଡକାମି ଯୋଗଦେଇ ଗଣ୍ଡୱାନା ରାଣୀ ଦୁର୍ଗାବତୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଅବସରେ ଗରେଇଗୁଡା ଗ୍ରାମର ଗରିବ ଅସହାୟ ଆଦିବାସୀ ପରିବାରଙ୍କୁ ରିଲିଫ ସାମଗ୍ରୀ ବଟଂନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ହରିହର ପଡିଆମି,ଆନନ୍ଦମାଢି,ରଘୁନାଥନାୟକ,ଜୟରାମମାଢି,ଦେବେନ୍ଦ୍ର ମାଡକାମି,ଗୁପ୍ତ ମାଢି,ଜଗନ୍ନାଥ ପଡିଆମି ପ୍ରମୁଖ କର୍ମକର୍ତା ଉପସ୍ଥିତି ରହି ରାଣୀ ଦୁର୍ଗାବତୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି ।

Related posts

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

mahabharatanews

ରାଜ୍ୟରେ ପୁଣି ୧୧ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ମାନସିକଧାରୀ, ଭିଡ଼ିଓ ଭାଇରଲ !

mahabharatanews