ଓଡିଶା

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ: କୋଚିଂ ସେଣ୍ଟରରେ ତାଲା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ-୧୯ ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଚାଲିଥିବା ଏକ କୋଚିଂ ସେଣ୍ଟରକୁ ଆଜି ଜିଲ୍ଲା ପ୍ରଶ।।ସନ ପକ୍ଷରୁ ସିଲ୍ କରାଯାଇଛି । ବ୍ରହ୍ମପୁର ମହାନଗରର ଗଜପତି ନଗରରେ ଏହି କୋଚିଂ ସେଣ୍ଟର ଚାଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ କୋଭିଡ୍ କଟକଣା ଅନୁଯାୟୀ ଜୁଲାଇ ୩୧ ତାରିଖ ଯାଏଁ ସବୁ କୋଚିଂ ସେଣ୍ଟର ବନ୍ଦ ରହିବ। ବାରଣ ସତ୍ତ୍ୱେ କୋଭିଡ୍ ନିୟମ ଉଲ୍ଲଘଂନ କରି ଗଜପତି ନଗରରେ ଥିବା ‘ସେକ୍ସ୍ପିଅର୍ ଇଭନ୍’ ନାମକ ଏକ କୋଚିଂ ସେଣ୍ଟରରେ ପାଠପଢା ଚାଲିଥିଲା । ବାହାର ପଟୁ କୋଚିଂ ସେଣ୍ଟରର ସଟର୍ ବନ୍ଦ କରାଯାଇ ଭିତରେ କ୍ଲାସ୍ ଚାଲୁଥିବା ଜାଣି ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ।
ଏହାପରେ ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଓସାହେବଙ୍କ ନିର୍ଦେଶକ୍ରମେ ଦିନ ପ୍ରାୟ ୧୧ଟା ବେଳେ କୋଚିଂ ସେଣ୍ଟରରେ ଚଢଉ କରାଯାଇଥିଲା। ତା’ଭିତରେ ୨୦ଜଣ ଛାତ୍ରଛାତ୍ରୀ କ୍ଲାସ୍ କରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ପିଲାମାନଙ୍କୁ ଛାଡ଼ି ଦିଆଯାଇ କୋଚିଂ ସେଣ୍ଟରକୁ ଆଜି ସିଲ୍ କରାଯାଇଥିଲା। ଖାଲି ସେତିକି ନୁହେଁ, କୋଚିଂ ସେଣ୍ଟରର ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି।

Related posts

ଲୋକସଭାରେ ଶୁଭିବନି ବିଜେଡି ସ୍ୱର

mahabharatanews

୩ଟା ଯାଏ ଗୃହ ମୁଲତବୀ

mahabharatanews

କରୋନା କଟକଣାକୁ ଅବମାନନା: ଶୁଦ୍ଧ କ୍ରିୟାରେ ୫୦୦ ଲୋକଙ୍କ ସମାଗମ

mahabharatanews