(ସୁର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନାଗିରି ଜିଲ୍ଲାର ଓରକେଲ ଥାନାର ହୋମଗାର୍ଡ ବନାବସୀ ମହାରଣାଙ୍କୁ ଗତକାଲି ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ଗଞ୍ଜେଇ ଚାଲାଣ କରିବା ସମୟରେ ବିରୋଧ କରିବାରୁ ସେମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଆଜି ପୋଲିସ୍ ୩୬ ଜଣଙ୍କୁ ଗିରଫ କରିଛି । ନବରଙ୍ଗପୁର ଓ କୋଟପାଡ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଆକ୍ରମଣକାରୀ ମାନଙ୍କୁ ଏଯାବତ୍ ପୋଲିସ୍ ଖୋଜୁଛି । ଏହି ଘଟଣା ଶନିବାର ରାତିରେ ମାଲକାନାଗିରି ଜିଲ୍ଳା ମାଥିଲି ଥାନା ଅନ୍ତର୍ଗତ ଚାଉଳମେଦୀ ଜଙ୍ଗଲରେ ଘଟିଥିଲା ।
ସୁଚନା ଯେ, ଶନିବାର ରାତିରେ କିଛି ଗଞ୍ଜେଇ ଚୋରା ଚାଲାଣକାରୀ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତା ଦେଇ ଛତିଶଗଡକୁ ଯାଉଥିବା ପୋଲିସ୍ ସୁଚନା ପାଇଥିଲା । ଏହାପରେ ପୋଲିସ୍ ବାଲିମେଳା ଓ ମାଥିଲି ମଧ୍ୟରେ ପୋଲିସ୍ ସେମାନଙ୍କୁ ଜଗିଥିଲା । ଯାହା ଫଳରେ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ସେତେବେଳେ ସେମାନେ ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ହୋମ୍ ଗାର୍ଡ ବନବାସୀ ମହାରଣା ଆହାତ ହୋଇଥିଲେ । ଆହାତ ଅବସ୍ଥାରେ ତାଙ୍କୁ ମାଥିଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା
previous post
next post