ଓଡିଶା

ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ୟ୍ୟକ୍ରମ

ଗୋପ/ ଜୟନ୍ତ ସେଠୀ- ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଲିମ କାର୍ୟ୍ୟକ୍ରମ ରକ୍ଷକ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମ ମାଳତୀପାଟପୁର ବସଷ୍ଟାଣ୍ତ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ୪୫ ଜଣ ତାଲିମ ପ୍ରଦାନକାରୀ ଓ ଫାଷ୍ଟ ରେସପଣ୍ତର ଯୋଗ ଦେଇଥିଲେ । ଦୁର୍ଘଟଣାରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ ୫୦ ଭାଗ ମୃତ୍ୟୁ ହ୍ରାସ ପାଇବା ସମ୍ଭାବନା ରହିଛି । ଏଥି ନିମନ୍ତେ ଫାଷ୍ଟ ରେସପଣ୍ତର (ସ୍ବେଚ୍ଛାସେବୀ) ମାନଙ୍କ ଭୂମିକା ଗୁରୁତ୍ବପୂଣ୍ଣ ରହିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି ନିମନ୍ତେ ସହାୟତା କରିବା ପାଇଁ ଉପସ୍ଥିତ ଫାଷ୍ଟ ରେସପଣ୍ତରଙ୍କୁ ତାଲିମ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି ଏବଂ ଗୁଡ ସମରିଟାନ (ସ୍ବେଚ୍ଛାସେବୀ) କାର୍ୟ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତାପାର୍ଶ୍ବରେ ଥିବା ଢାବା,ଗ୍ୟାରାଜ, ଚା ଓ ପାନ ଦୋକାନରେ କାର୍ୟ୍ୟରତ ବ୍ୟକ୍ତିବିଶେଷ ଏବଂ ସେବା ମନୋବୃତ୍ତି ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି । ପୂର୍ବରୁ ଦୁର୍ଘଟଣାରେ ସହାୟତା କରିଥିବା ବ୍ୟକ୍ତି ମାନଙ୍କ ନାମ ତାଲିକା ମଧ୍ୟରୁ ସଦର ଥାନାଧିକାରୀ ଶ୍ରୀମତୀ ସୁମତି ମହାନ୍ତିଙ୍କ ସୁପାରିଶ କରିଥିବା ବ୍ୟକ୍ତି ମାନେ ଏହି ତାଲିମ କାର୍ୟ୍ୟକ୍ରମରର ସାମିଲ ହୋଇଥିଲେ । ଏହି ରକ୍ଷକ କାର୍ୟ୍ୟକ୍ରମ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ, ଭାରତୀୟ ରେଡକ୍ରସର ଓଡିଶା ଶାଖା ଏବଂ ତାଲିମ ପ୍ରଦାନ କରୁଥିବା ନୂଆଦିଲ୍ଲୀ ସ୍ଥିତ ଜିଆଇଜେଡ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ହୋଇଛି । ୟୁଥ ରେଡକ୍ରସ ସ୍ବେଚ୍ଛାସେବୀ ଏହି ତାଲିମ ପ୍ରଦାନ କରିଥିବା ବେଳେ ସେମାନଙ୍କ ଦକ୍ଷତା ଯାଞ୍ଚ ନିମନ୍ତେ ଜିଆଇଜେଡ ସଂସ୍ଥାର ମାଷ୍ଟର ଟ୍ରେନର ସାମିଲ ଥିଲେ । ଗୁଡ୍ ସମରିଟାନ କାର୍ୟ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ହଜାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଞ୍ଚ ହଜାର ଟଙ୍କା ପ୍ରୋତ୍ସାହନ ମୂଳକ ରାଶି ପ୍ରଦାନ କରାଯାଉଛି । ଆଜିର କାର୍ୟ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର ରଞ୍ଜନ ଦଳାଇ, ମୋଟରଯାନ ନିରୀକ୍ଷକ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ସଡକ ସୁରକ୍ଷା ଅଧିକାରୀ ଶ୍ରୀ ବାମଦେବ ସାହୁ, ଟ୍ରାଫିକ ସବଇନିସପେକ୍ଟର ଶ୍ରୀ ସୁଶାନ୍ତ କୁମାର ପାତ୍ର, ସଦରଥାନାର ଅଧିକାରୀ ଓ ୟୁଥ ରେଡକ୍ରସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

ଥଣ୍ଡାରେ ଥରୁଛି ଓଡ଼ିଶା

mahabharatanews

ରାଜ୍ୟ ବଜେଟ୍: ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

mahabharatanews