ଭାରତ

୨ହଜାର ନୋଟ୍‌ ପ୍ରତ୍ୟାହାର ‘ବିଲିୟନ୍‌ ଡଲାର୍‌ ଧୋକା’: ମମତା ବାନାର୍ଜୀ

(କୋଲକତା) :  ଜନତାଙ୍କଠୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ନିମନ୍ତେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ବିଲିୟନ୍‌ ଡଲାର୍‌ ଧୋକା’ ବୋଲି କହିଛନ୍ତି।

ସୂଚନାନୁଯାୟୀ ,୨୦୧୬ରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣ ଭୋଗିଥିବା ଅଭୁଲା ଦୁର୍ଦ୍ଦଶା କଥା ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି, ଏଇଟା ୨୦୦୦ ଟଙ୍କିଆ ‘ଧମାକା’ ନୁହେଁ, ୧୦୦ କୋଟି ଭାରତୀୟଙ୍କ ପ୍ରତି ‘ବିଲିୟନ୍‌ ଡଲାର୍‌ ଧୋକା’। ଭାଇଭଉଣୀମାନେ ଜାଗ୍ରତ ହୁଅନ୍ତୁ। ବିମୁଦ୍ରିକରଣ ସମୟରେ ଭୋଗିଥିବା ଦୁର୍ଦ୍ଦଶା ଆମେ ଭୁଲିପାରିବା ନାହିଁ। ଯେଉଁମାନେ ଏ ଦୁର୍ଦ୍ଦଶାର କାରଣ ସେମାନଙ୍କୁ କ୍ଷମା ଦେବା ଅନୁଚିତ।

Related posts

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋୟଲ

mahabharatanews

ମୁମ୍ବାଇରେ ଲଗାଣ ବର୍ଷା , ପହଂଚିଲେ ଏନଡିଆରଏଫର ୫ଟି ଟିମ

mahabharatanews

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

mahabharatanews