(ଦିଲ୍ଲୀ) : ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ନିର୍ବାଚନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଦାୟିତ୍ଵ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାନ୍ଧରେ ପଡିଛି। ନିର୍ବାଚନ ପ୍ରସ୍ତୁତି ପାଇଁ ଅନେକ ରାଜ୍ୟ ଗସ୍ତରେ ଅରୁଣ ଗୋୟଲ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଯାଇଥିଲେ।
ସୂଚନାନୁଯାୟୀ , ଏବେ ସେ ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଯଦି ଶ୍ରୀ ରାମ ଏହି ଯୁଗରେ ରହି ଥାଆନ୍ତେ, ତେବେ ସେ ମଧ୍ୟ ତାଙ୍କ ଘରକୁ ଇଡି ପଠାଇଥାନ୍ତେ’, ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ ଅରୁଣ ଗୋୟଲ ୧୯୮୫ବ୍ୟାଚ୍ ର IAS ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ୧୮ ନଭେମ୍ବର, ୨୦୨୨ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ ଏବଂ ପରଦିନ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କ ନିଯୁକ୍ତି ବିବାଦୀୟ ଥିଲା ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
