ଓଡିଶା

ବାଲୁକା ଆନିମେସନ ଜରିଆରେ ଶିଳ୍ପୀ ମାନସ ସାହୁଙ୍କ କରୋନା ସଚେତନତା ବାର୍ତ୍ତା

(ଅରୁଣ ସାହୁ/ରିପୋଟର୍ସ ଟୁଡେ): ମହାମାରୀ କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି । ଏଭଳି ବିପତ୍ତି ସମୟରେ ଦେଶ ଓ ରାଜ୍ୟବାସୀଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ଲୋକମାନଙ୍କୁ ସଚେତନ କରାଇବାକୁ ଯାଇ ପାଇଁ ବାଲୁକା ଆନିମେସନ ଜରିଆରେ ଘରେ ରହି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଇଂରାଜୀରେ ଲେଖା ଥିବା ‘ଆଜ୍ ଆଇ ଆମ ଲର୍କିଙ୍ଗ ଆଟ୍ ୟୋର ଡୋର (ସ୍ଟେ ଇନଡୋର)’ ଜରିଆରେ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନାକୁ ପ୍ରତିହତ କରିବା ଦିଗରେ ନେଉଥିବା ପଦକ୍ଷେପ ପ୍ରତି ସମ୍ମାନ ଜଣାଇଛନ୍ତି ।

Related posts

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍ ବିଭାଗର ମକଡ୍ରିଲ

mahabharatanews

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

mahabharatanews

ଆଜି ସୁଦ୍ଧା ୫୮,୨୪୯ ଚାଷୀଙ୍କଠାରୁ ୩୯୬୫୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ

mahabharatanews