ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ । ଏଥିନେଇ ମାର୍ଚ୍ଚ ୨୪ରୁ ଦେଶରେ ଲକଡାଉନ ଜାରି ରହିଛି । ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । କିନ୍ତୁ ଏହି ଲକଡାଉନ ଗରିବ ଖଟିଖିଆର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଲୋକେ କାମ ହରାଇ ଘର କୋଣରେ ପୋକ ମାଛି ପରି ଜୀବନ ଅତିବାହିତ କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତି ବିଶେଷ ଗରିବ, ଅସହାୟଙ୍କୁ ସହାୟତାର ହାତ ବଢାଇଥିବା, ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଥିବା ଖବର ମିଳୁଛି । ଏହି ଶ୍ରେଣୀରେ ନେତା ମନ୍ତ୍ରୀ, ବିଧାୟକ ମଧ୍ୟ ରହିଛନ୍ତି । ମୁଦ୍ରଣ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ସେମାନଙ୍କ ବଦାନ୍ୟତାର ବିଜ୍ଞାପନ ହେଉଛି ।
କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଏହି ଘଡିସନ୍ଧି ମୁହୂର୍ତ୍ତରେ ସମାଜ ସେବାରେ ନିୟମିତ ଲିପ୍ତ ହୋଇଥିଲେ ମଧ୍ୟ ଏହାର ବିଜ୍ଞାପନ କରୁ ନାହାନ୍ତି । ତାଙ୍କ ହାତରେ ଗଣମାଧ୍ୟମ, ସେ ମଧ୍ୟ ଜଣେ ପ୍ରତିପତିଶାଳୀ, ରାଜନୈତିକ ବ୍ୟକ୍ତି ବିଶେଷ । କିନ୍ତୁ ଆତ୍ମ ବିଜ୍ଞାନପଠୁ ବହୁ ଦୂରରେ ନିଜକୁ ରଖି ନିରବରେ ସମାଜ ପ୍ରତି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ନିଜ ଅଞ୍ଚଳରେ ଥିବା ଅସହାୟ, ଭୋକିଲା ଲୋକଙ୍କୁ ଖାଦ୍ୟ, ଖାଦ୍ୟ ସାମଗ୍ରୀ ଦେବା ସହ ମାସ୍କ, ସାବୁନ ଆଦି ବଣ୍ଟନ କରୁଛନ୍ତି । ସେତେବେଳେ ଯିଏ ସାହାଯ୍ୟ ପାଇଁ ହାତ ବଢାଉଛନ୍ତି, ସେ ତତ୍କ୍ଷଣାତ୍ ତାଙ୍କୁ ସହଯୋଗ କରୁଛନ୍ତି । ସରକାରଙ୍କ ସାମାଜିକ ଦୂରତା, ଜନ ଗହଳିକୁ ଏଡାଇବା ପାଇଁ ସେ କୌଣସି ଗଣମାଧ୍ୟମକୁ ଡକାଉ ନାହାନ୍ତି । ଏପରି କି, ତାଙ୍କ କାର୍ଯ୍ୟର କୌଣସି ସୂଚନା କାହାରିକୁ ନ ଦେବାକୁ ନିଜ ସମର୍ଥକଙ୍କୁ ଦେଇଛନ୍ତି କଡା ନିର୍ଦ୍ଦେଶ । ଏସମ୍ପର୍କରେ ତାଙ୍କ ଜଣେ ସମର୍ଥକଙ୍କ ସହ କଥା ହେଉଥିବା ସମୟରେ ସେ ଏହା କହିଦେଇଥିଲେ । ଖବର ପ୍ରକାଶ ପାଇଁ ତାଙ୍କୁ ଫଟୋ ମାଗିବାରୁ ସେ କହିଥିଲେ, କୌଣସି ବଣ୍ଟନ କାର୍ଯ୍ୟ ପୂର୍ବରୁ ଆମମାନଙ୍କୁ ପ୍ରତିଥର ଭାଇ ଆମକୁ ଏସବୁର ଗୋଟିଏ ମଧ୍ୟ ଫଟୋ କେହି ଉଠାଇବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥାନ୍ତି । ଉକ୍ତ ବନ୍ଧୁ ସମର୍ଥକ କହିଥିଲେ, ସେ କାହାରିକୁ ଧମକ ଦିଅନ୍ତି ନାହିଁ । କିନ୍ତୁ ଏପରି ଶାଳୀନତା ସହ ଅନୁରୋଧ କରନ୍ତି. ଏହା ପରେ ତାଙ୍କ କଥା ହୁଡିବାର ଆଗ୍ରହ କାହା ମଧ୍ୟରେ ରହେ ନାହିଁ । ବାସ୍ତବରେ ମାନସ ମଙ୍ଗରାଜ ଆଜିର ଯୁବପୀଢୀ ପାଇଁ ଆଦର୍ଶ । ତାଙ୍କ ସେବା ମନୋବୃତ୍ତି ତଥାକଥିତ ଦାତାମାନଙ୍କୁ ଲଜ୍ଜିତ କରିବ ନିଶ୍ଚିତ ।
previous post