(ମଣିପୁର) : ମଣିପୁର ହିଂସା ପରେ ବର୍ତ୍ତମାନର ସରକାରଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ବଡ଼ ଖବର । ଏକ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ କିଛି ମହିଳା ଏନ ବିରେନ ସିଂହଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରତିରୋଧ କରିଛନ୍ତି ।
ଏଥି ସହ ସିଏମ୍ ଏ ସମ୍ପର୍କରେ ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସିଏମ ପଦରୁ ଇସ୍ତଫା ଦେବି ନାହିଁ । ଶୁକ୍ରବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ମହିଳା ଚିଠି ଚିରିଥିବାର ନଜର ଆସିଥିଲେ । ଇସ୍ତଫା ଖବର ମଧ୍ୟରେ ସିଏମ ଏନ ବିରେନ ସିଂହ ଏକ ବିବୃତ୍ତି ଦେଇ ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ ଏଭଳି ଜଟିଳ ପରିସ୍ଥିତିରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସିଏମ ପଦରୁ ଇସ୍ତଫା ଦେବି ନାହିଁ । ଭିଡିଓରେ ଚିରି ଦିଆଯାଇଥିବା ଚିଠିଟି ସିଏମ ଏନ ବିରେନ ସିଂହଙ୍କ ଇସ୍ତଫା ପତ୍ର ବୋଲି କୁହାଯାଉଛି । ତେବେ ସେ ଇସ୍ତଫାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଇସ୍ତଫା ପତ୍ର ଲେଖିବାର କୌଣସି ପ୍ରଶ୍ନ ନାହିଁ । ତେବେ ଭାଇରାଲ୍ ଭିଡିଓ ନକଲି ବୋଲି କୁହାଯାଉଛି ।