ଭାରତ

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

(ଦିଲ୍ଲୀ) : ଜେଲରୁ ବାହାରିଲେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କୋର୍ଟରୁ ଅନୁମତି ମିଳିବା ପରେ ପୋଲିସ ସୁରକ୍ଷା ବଳୟ ସହ ନିଜ ଘରେ ପହଞ୍ଚିଛନ୍ତି । ଆଜି ପ୍ରାୟ ଦିନ ୧୦ଟାରେ ସେ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଭେଟି ପାରିବେ ।

ସୂଚନାନୁଯାୟୀ , ସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ମନୀଷ ସିସୋଦିଆଙ୍କୁ ୬ଘଣ୍ଟାର ଅନୁମତି ଦେଇଛନ୍ତି । ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ । ଏହି ସମୟରେ ପୋଲିସ ତାଙ୍କ ସହ ଉପସ୍ଥିତ ରହିବେ ଏବଂ ଏହି ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏହଂ ରାଜନୈତିକ କାର୍ଯ୍ୟରେ ଯୋଗନଦେବାକୁ କଡ଼ା ଚେତାବନୀ ଦେଇଛନ୍ତି କୋର୍ଟ । ସିସୋଦିଆଙ୍କ ପତ୍ନୀ ସୀମା ଅଟୋମ୍ୟୁମ୍ୟୁନ ଡିସଅର୍ଡର ଏବଂ ଏକାଧିକ ରୋଗରେ ପୀଡିତ ଅଛନ୍ତି ।

Related posts

କାଶ୍ମୀର: ଷ୍ଟେସନ, ବସ ଷ୍ଟପରେ ପ୍ରବାସୀ ଶ୍ରମିକଙ୍କ ଭିଡ

mahabharatanews

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews