ଓଡିଶା

ଲାଲ୍ ବାହିନୀ କ୍ୟାମ୍ପ ଠାବ ,ବିପୁଳ ମାଓ ସାମଗ୍ରୀ ଜବତ 

(ନୂଆପଡ଼ା) : ଦିନକୁଦିନ  ବୃଦ୍ଧି ପାଇବାରେ ଲାଗିଛି ମାଓହିଂସା ।  ନୂଆପଡ଼ାରେ ଠାବ ହେଲା ଲାଲ୍ ବାହିନୀ କ୍ୟାମ୍ପ । ମାଓ କ୍ୟାମ୍ପ ଠାବ କରିଛି ନୂଆପଡ଼ା ପୋଲିସ୍ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏଥିରେ ୨୮  ଡିଟୋନେଟର, ଏକ-୪୭  ବନ୍ଧୁକ, ମାଓ ପୋଷାକ, ଦେଶୀ ଅସ୍ତ୍ରଶସ୍ତ୍ର, ମେଡିସିନ ସହ ମାଓ ପୁସ୍ତିକା ରହିଛି । ଏନେଇ ନୂଆପଡ଼ା ଠାରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ନୂଆପଡ଼ା ଏସ୍‌ପି ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ପାଟଦରା ସଂରକ୍ଷିତ ଜଙ୍ଗଲରେ ଓଡ଼ିଶା ଓ ଛତିଶଗଡର ଟପ୍ ମାଓନେତା ମେଳି ସହ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ସେହି ଅଞ୍ଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା । ଏହାପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ୨୦  ରୁ ୨୨ ଜଣ ମାଓବାଦୀ ଖସି ଯିବାରେ ସଫଳ ହୋଇଥିଲେ । ଏହା ପରେ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।

Related posts

୨୨ରୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews

ଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା

mahabharatanews

ବିଦୁସ୍ମିତାଙ୍କୁ ଠକିଦେଲେ ବିଲ୍ଡର

mahabharatanews