ଭାରତ

ଲଦାଖରେ ରାହୁଲ ଗାନ୍ଧୀ

(ଲଦାଖ); ମୋବାଇଲରୁ ମୋବାଇଲକୁ ଘୁରିବୁଲଉଛି  ଲଦାଖରୁ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ।  ରାହୁଲଙ୍କ ନୂଆ ଅନ୍ଦାଜ ଜିଣୁଛି ପ୍ରଶଂସକଙ୍କ ମନ । ରାହୁଲ ଗାନ୍ଧୀ Pangong ହ୍ରଦ ପର୍ଯ୍ୟନ୍ତ ସୁପରବାଇକ୍ ଚଲାଇ ପହଞ୍ଚିଥିଲେ । ଆସନ୍ତାକାଲି ଅଗଷ୍ଟ ୨୦ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ । ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ Pangong ହ୍ରଦରେ ଉପସ୍ଥିତ ରହିବେ।

ସୂଚନାନୁଯାୟୀ,  ବାଇକ୍ ଚଲାଇବା ସମୟରେ ସେ ନୀଳ ଜ୍ୟାକେଟ୍ ଏବଂ ସ୍ପୋର୍ଟସ୍ ଟ୍ରାଉଜର ପିନ୍ଧିଥିବାର ନଜର ଆସିଥିଲେ ଏହା ସହିତ ମୁଣ୍ଡରେ ହେଲମେଟ ମଧ୍ୟ ପିନ୍ଧିଥିଲେ ରାହୁଲ । ରାହୁଲ ଗାନ୍ଧୀ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ବାଇକ୍ ଚଲାଇବାକୁ ପସନ୍ଦ କରନ୍ତି ହେଲେ ସର୍ବଦା କଡ଼ା ସୁରକ୍ଷା ମଧ୍ୟରେ ରହୁଥିବାରୁ ସେ ବାଇକ୍ ଚଲାଇବା ପାଇଁ ଖୁବ କମ ସମୟ ପାଆନ୍ତି । ଯୁବକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଅଗଷ୍ଟ 17ରେ ଲେହରେ ପହଞ୍ଚିଥିବା ରାହୁଲ ଗାନ୍ଧୀ କହିଥିଲେ ଯେ, ଏହାପୂର୍ବରୁ ରାହୁଲ ଗାନ୍ଧୀ ଚଳିତ ବର୍ଷ ଜାନୁଆରୀରେ ଭାରତ ଯୋଡା ଯାତ୍ରା ସମୟରେ ଜାମ୍ମୁ ଏବଂ ଶ୍ରୀନଗର ପରିଦର୍ଶନ କରିଥିଲେ।

Related posts

ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

mahabharatanews

୧୦ଲକ୍ଷରୁ ୨୦ ଲକ୍ଷକୁ ବଢ଼ିଲା ମୁଦ୍ରା ଲୋନ୍

mahabharatanews

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

mahabharatanews