ଓଡିଶା

ମାଓବାଦୀଙ୍କ ଅମାନୁଷିକ କାଣ୍ଡ : ଜାଳିଦେଲେ ୯ଗାଡି

(ରାୟଗଡା) : ଥମିବାର ନାଁ ନେଉନି ମାଓବାଦୀଙ୍କ ଅମାନୁଷିକ କାଣ୍ଡ  । ରାୟଗଡାରେ ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତ।

ମିଳିଥିବା ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଉର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମୁନିଗୁଡ଼ା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ପହଞ୍ଚିଥିଲେ। ପ୍ରଥମେ ୫ ଜଣ ମାଓବାଦୀ ସିକ୍ୟୁରିଟି ଗାର୍ଡଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀମାନେ କ୍ରସରରେ ଥିବା ମେସିନଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀମାନେ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ ମେସିନ୍, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ଟି ଗାଡି ଜାଳିଦେଇଛନ୍ତି।

Related posts

ମାର୍କେଟ ବିଲ୍ଡିଂ ବନ୍ଦ ଘଟଣାରେ ମୁହଁ ଖୋଲିଲେ ବିଏମ୍ସି କମିଶନର  

mahabharatanews

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews

ମାଗଣା ମଧୁମେହ ପରୀକ୍ଷା ଶିବିର

mahabharatanews