ବ୍ୟୁରୋ: ଆଜିର ଭାଗଦୋଡ ଜୀବନରେ ମୋବାଇଲ ଫୋନର ଚାହିତା ବେଶୀ । ବହୁତ କମ୍ ଲୋକେ ଥିବେ ଯାହାଙ୍କ ପାଖରେ ମୋବାଇଲ ଫୋନ ନ ଥିବ । ଦୈନିକ ଜୀବନର ଗୋଟେ ଅଂଶ ପାଲଟିଗଲାଣି ଏହି ମୋବାଇଲ । ପିଲା ଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ଘାରିଛି ମୋବାଇଲର ନିଶା । ଏଭଳି ନିଶା ହୋଇଛି ଯେ ଖାଇଲେ ବସିଲେ ଶୋଇଲେ ସବୁବେଳେ ମୋବାଇଲ ଦରକାର । ଏବେ ଏଭଳି ପରିସ୍ଥିତିରେ ମୋବାଇଲ ଯେ ଯିଏ ଉଭାବନ କରିଥିଲେ ସେ ଏବେ ଚିନ୍ତାରେ । ମାର୍ଟନ୍ କୁବର ନଜ ଉଭାବନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି- ମୋବାଇଲ ଫୋନ୍ରେ ପଶି ମଣିଷ ଅସଲ ଜୀବନ ବଂଚିବା ଛାଡିସାରିଲାଣି ।
ଦିନକୁ ଦିନ ମୋବାଇଲ କାଳ ପାଲଟିଯାଉଛି । ଏହି ମୋବାଇଲ ଆମ ପାଇଁ ଯେତିକି ଆବଶ୍ୟକ, ସେତିକି ଖରାପ ପ୍ରଭାବ ମଧ୍ୟ ପକାଉଛି । କିଏ ମୋବାଇଲରେ ଗେମ୍ ଖେଳି ଆତ୍ମହତ୍ୟା କରୁଛନ୍ତି ତ ଆଉ କିଏ ମୋବାଇଲ ଦେଖି ଖରାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତିି ।ଆଉ ବହୁ ମୂଲ୍ୟ ସମୟକୁ ସେମାନେ ମୋବାଇଲରେ ନଷ୍ଟ କରୁଛନ୍ତି । ଯାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମାର୍ଟିନ୍ ଏପ୍ରିଲ ୩ରେ ୧୯୭୩ରେ ମୋବାଇଲ ଫୋନ୍ ସହିତ ବିଶ୍ୱବାସୀଙ୍କୁ ପରିଚିତ କରାଇଥିଲେ । ତେବେ ମୋବାଇଲ ଫୋନ ର ବ୍ୟବହାରକୁ ନେଇ ଦୁ!ଖ ପ୍ରକାଶ କରିଛନ୍ତି । ନିକଟରେ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ ସେ ମୋବାଇଲ ଫୋନ୍ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ମାର୍ଟିନ୍ କହିଥିଲେ ସେ , ୨୪ ଘଣ୍ଟାରେ ନିଜ ମୋବାଲ ଫୋନ୍କୁ ମାତ୍ର ପାଞ୍ଚ ପ୍ରତିଶତରୁ କମ୍ ବ୍ୟବହାର କରନ୍ତି । ଏହି ସମୟରେ ତାଙ୍କ ଇଣ୍ଟରଭିଉ ନେଉଥିବା ମହିଳା ଜଣଙ୍କ ତାଙ୍କୁ କହିଥିଳେ ଯେ ମୁଁ ଦିନକୁ କାଞ୍ଚଘଣ୍ଟା ମୋବାଇଲ ବ୍ୟବହାର କରେ । ଏହି କଥା ଶୁଣି ମାର୍ଟିନ୍ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଏବେ ନିଜ ଜୀବନ ତ ବଂଚାନ୍ତୁ । ଏ ପୃଥିବୀରେ ବହୁତ କିଚି ଅଛି ତାକୁ ଶିକ୍ଷା ବହୁମୂଲ୍ୟ ସମୟ ଏପରି ନଷ୍ଟ କରନି । ଆଉ ଅନୁରୋଧ କରିଥିଲେ ଯେ, ଯେତେ ପାରୁଛ କ୍ମ ମୋବାଇଲ ଫୋନ ବ୍ୟବହାର କର ।