ଓଡିଶା

 ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

(ଭୁବନେଶ୍ୱର) : ଜନ୍ମମାଟିରେ ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମେଘାଳୟରେ ସହିଦ୍ ହୋଇଥିବା ଓଡ଼ିଆ ଯବାନଙ୍କ ମର ଶରୀର ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା । ପ୍ରତାପଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା ।

ସୂଚନାନୁଯାୟୀ , ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଇଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ଦେହାନ୍ତ ହୋଇଥିଲା । ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା ।  ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ । ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ବଢୁଛି ଶୀତ ; ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ 

mahabharatanews

ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି

mahabharatanews

ଟାଟା ଷ୍ଟିଲର ରନ୍-ଏ-ଥନ୍ ମାରାଥନ ଆୟୋଜିତ

mahabharatanews

Leave a Comment