ଓଡିଶା

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

(ଭୁବନେଶ୍ୱର) : ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡ଼ିଶା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଆଦି ଜିଲ୍ଲାରେ ବି ବର୍ଷା ହୋଇପା‌ରେ। ସେହିଭଳି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି କିଛି ସ୍ଥାନରେ ୭ ତାରିଖ ଦିନ ହାଲୁକା ବର୍ଷା ହେବ। ୮ ତାରିଖରୁ ପାଖ ଶୁଖିଲା ରହିବ। ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆସନ୍ତା ୨ ଦିନରେ ରାଜ୍ୟର ପାଗ ଅପରିବର୍ତ୍ତିତ ରହିବ। ଧୀରେଧୀରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ଖସିବ। ଫଳରେ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ। ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ।

ସୂଚନାନୁଯାୟୀ , ପଶ୍ଚିମ‌ା-ଝଡ଼ ଓ ପୂର୍ବାଳୀ ତରଙ୍ଗ ପ୍ରଭାବରେ ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା।

Related posts

ପଥର ମାଡରେ ବସ୍ କର୍ମଚାରୀ ଆହତ

mahabharatanews

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

mahabharatanews

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତାରୋକ

mahabharatanews