ଓଡିଶା

 ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର

(ଭୁବନେଶ୍ୱର) : ଜନ୍ମମାଟିରେ ଆଜି ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମେଘାଳୟରେ ସହିଦ୍ ହୋଇଥିବା ଓଡ଼ିଆ ଯବାନଙ୍କ ମର ଶରୀର ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା । ପ୍ରତାପଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା ।

ସୂଚନାନୁଯାୟୀ , ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଇଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ଦେହାନ୍ତ ହୋଇଥିଲା । ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା ।  ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ । ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

mahabharatanews

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଖାଦ୍ୟ ପରିବେଷଣକୁ ନେଇ ଅସନ୍ତୋଷ: ଭିଡିଓ ଭାଇରାଲ

mahabharatanews

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews