ଓଡିଶା

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟରେ ସାମଗ୍ରୀ କିଣାରେ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ । ମାସ୍କ କିଣା ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର କରିଛନ୍ତି। ଏଥିସହ କରୋନା ମୁକାବିଲା ସମୟରେ ଲୋକେ କରୋନା ଯୋଦ୍ଧାଙ୍କର ମନୋବଳ ନ ଭାଙ୍ଗିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଆରମ୍ଭରୁ ୧୦ଟଙ୍କାରେ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଏହାକୁ ୧୬ଟଙ୍କାରେ କିଣିବାକୁ ନିର୍ଦ୍ଦେଶ ଦେଲେ। ମାର୍ଚ୍ଚ ୨୪ରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣାଯାଇଛି। ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କାମ କରିଛନ୍ତି।ଏଥିସହ ରାଜ୍ୟର ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ ଅଫିସରଙ୍କ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମନ୍ତ୍ରୀ କହିଛନ୍ତି।

Related posts

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

ଆଜି ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ

mahabharatanews

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews