(ପାକିସ୍ତାନ) : ପାକିସ୍ତାନ କରାଚିରେ ଭୟଙ୍କର ଅଗ୍ନିକାଣ୍ତ । ରସିଦ ମିନହାସ ରୋଡରେ ଅବସ୍ଥିତ ଆରଜେ ମଲରେ ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ରହିଛି । ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଡାକ୍ତରଖାନାକୁ ୯ଟି ମୃତଦେହ ଅଣାଯାଇଛି।
ସୂଚନାନୁଯାୟୀ , ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟର୍ ଜେପିଏମସି ଏବଂ ଗୋଟିଏ ସିଭିଲ୍ ହସ୍ପିଟାଲ୍ କରାଚି (CHK) କୁ ୮ ମୃତଦେହ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୧୮ ବର୍ଷିୟ ଝଅ ମଧ୍ୟ ରହିଛି । ଏହି ପୁରା ଘଟଣା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି କରାଚି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଜିଲ୍ଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ, ଅଗ୍ନିକାଣ୍ଡ ପରେ 22 ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ମଧ୍ୟରୁ ଜଣଙ୍କର ବାଟରେ ମୃତ୍ୟୁ ହୋଇଛି ।
