ଓଡିଶା

୧୩ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ ଉତ୍ତର ଖାତା

(ଭୁବନେଶ୍ୱର) : ସରିଲା ମାଟ୍ରିକ ପରୀକ୍ଷା । ଏହା ପରେ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ ଖାତା ଦେଖା । ରାଜ୍ୟର ୩୨୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ ।

ସୂଚନାନୁଯାୟୀ , ୧୫ତାରିଖରୁ ଉତ୍ତର ଖାତା ଦେଖା ହେବା ପୂର୍ବରୁ ୧୩ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଯିବ । ଖାତା ଦେଖା ଆରମ୍ଭ ହେବାର ୧୫ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ସାହିତ୍ୟ, ଇଂରାଜୀ ଓ ଗଣିତ ଖାତା ସଂଗ୍ରହ କରାଯାଇଥିବା ବେଳେ ଆଜିଠାରୁ ନୋଡାଲ ସେଣ୍ଟରରୁ ହିନ୍ଦୀ, ସଂସ୍କୃତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଉତ୍ତରଖାତା ସଂଗ୍ରହ କରାଯିବ । ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଇଥିଲା ।

Related posts

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ

mahabharatanews

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

mahabharatanews

Leave a Comment