ଓଡିଶା

ବୋଲଗଡ଼ ମହୋତ୍ସବ ଉଦଘାଟିତ

(ମହାଭାରତ, ବୋଲଗଡ): ବୋଲଗଡ଼ର ଐତିହ୍ୟ , ସଂସ୍କୃତି ପରମ୍ପରା ସହିତ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣରେ ୧୬ ତମ ବୋଲଗଡ଼ ମହୋତ୍ସବ ‘ଆଶା ୨୦୧୯’ ଉଦଘାଟିତ ହୋଇଛି । ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ମୁକ୍ତାକାଶ ପ୍ରଦର୍ଶନ ମଣ୍ଡପରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମହୋତ୍ସବର ଉଦଘାଟନ କରିଥିଲେ । ଏଥିରେ ବରିଷ୍ଠ ଉପଦେଷ୍ଟା ଭାବେ ଐତିହାସିକ ରବିନ୍ଦ୍ର କୁମାର ପରିଜା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ସମସ୍ତ ଦିବଂଗତ ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳୀ ଦେବା ସହିତ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଭୁବନେଶ୍ୱରରୁ ଆସିଥିବା ରାଜକିଶୋର ଓଡ଼ିଶୀ ନୃତ୍ୟନୁଷ୍ଠାନ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବେଲପଡ଼ାର ରାଜପୁତ ପାଇକ ଅଖଡ଼ା ଦ୍ୱାରା ମାଲଖମ୍ବୀ ପ୍ରଦର୍ଶନ , ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ବଲାଙ୍ଗୀରର ଢୋଲମହୁରୂ ସାଥରକୁ ବେଗୁନିଆର ନଟରାଜ ଡ଼୍ୟାନ୍ସ ଗୃପ ର ମଡ଼ର୍ଣ୍ଣ ଡ଼୍ୟାନ୍ସ ପରିବେଷିତ ହୋଇଥିଲା ଏହି ମହୋତ୍ସବରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ମୀନା ବଜାର, ରାମ ଦୋଳି, ବିଭିନ୍ନ ପ୍ରକାର ଦୋକାନରେ ଦର୍ଶକଙ୍କ ଭିଡ଼ ଜମି ରହିଥିଲା । ଏହି ଉତ୍ସବରେ ବିଶେଷ ଭାବେ ଘରକରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଜିନିଷ ଗୁଡ଼ିକର ବିପଣନ ଏଠାରେ ଦେଖିବାକୁ ମିଳିଥିଲା । ପ୍ରବଳ ଶୀତ ସତ୍ତେ୍ୱ ଚଳିତ ବର୍ଷ ମହୋତ୍ସବ ଲୋକଉତ୍ସବ ଭଳି ଲୋକରଣ୍ୟ ହୋଇଥିଲା । ସ୍ଥାନୀୟ ଅଂଚଳ ସମେତ ବାହାର ଅଂଚଳରୁ ପ୍ରତି ଦିନ ହଜାର ହଜାର ସଂଖ୍ୟାର ଲୋକେ ଏହି ଯାତ୍ରା ଦେଖିବାକୁ ଆସୁଥିବା ଦେଖିବାକୁ ମିଳିଛି ।

Related posts

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

mahabharatanews

ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଲକଡାଉନକୁ ଫୁ କରି ହେଉଛି ଜନଗହଳି

mahabharatanews