ଓଡିଶାମନୋରଞ୍ଜନ

ମନୋଜ ମିଶ୍ରଙ୍କ ଉପରୁ ହଟିବ ଵ୍ୟାନ୍ 

(ଭୁବନେଶ୍ୱର) : ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା ଟଣା ଓଟୋରର ବନ୍ଦ ହୋଇ ଏକ ସମାଧାନର ସୂତ୍ର ବାହାରିଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଲଗାଇଥିବା ୨ ବର୍ଷୀୟ ବ୍ୟାନ୍ ହଟାଇବାକୁ ରାଜି ହୋଇଛି।

ସୂଚନାନୁଯାୟୀ, ବେଶ୍ କିଛି ଘଣ୍ଟାର ବୈଠକ ପରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ଵ୍ୟାନ୍ ହଟାଇ ଦେବା ଲାଗି ରାଜି ହୋଇଛନ୍ତି। ଅନ୍ୟପଟେ ଅଭିନେତା ଅରିନ୍ଦମ କହିଛନ୍ତି ଯେ ମୋର ଫିଲ୍ମ ‘ରାମ୍’କୁ  ବ୍ୟାନ କରିବାକୁ ଯେଉଁଭଳି ଉଦ୍ୟମ ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଏହି ଅଭିଯୋଗ ନେଇ ଯାଇଥିଲି ଓ ସେମାନେ ତା’ ପରେ ମନୋଜ ମିଶ୍ର ଉପରେ ବ୍ୟାନ ଲଗାଇଥିଲେ। ହେଲେ ଏହି ଘଟଣା ପରେ ବହୁ ଚେଷ୍ଟା କରିଛି ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ।

Related posts

ସାର ନ ମିଳିବାରୁ ପଞ୍ଚାୟତ ଆଗରେ ଚାଷୀଙ୍କ ହରତାଳ

mahabharatanews

ଏଣିକି ଭୁବନେଶ୍ୱରରୁ ସିଧାସଳଖ ଗୌହାଟି ବିମାନ ସେବା

mahabharatanews

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

mahabharatanews