ଓଡିଶା

୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ

୭୭ ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ସଦରମହକୁମାସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ୭୭ ତମ ସାଧାରଣତନ୍ତ୍ର ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ସମ୍ମିଳିତ ପରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଜଗତସିଂହପୁର ଜିଲ୍ଲା ବହୁ ସ୍ଵାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇଛି । ଯାହାକୁ ନେଇ ଏ ମାଟି ଧନ୍ୟ ବୋଲି କହିଥିଲେ ଜିଲ୍ଲାପାଳ। ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହେଉଛି । ରାଜ୍ୟ ସରକାର ବହୁତ କମଦିନରେ ବହୁ ଜନ ହିତକର କାର୍ଯ୍ୟ କରିଦେଶ ଓ ବିଦେଶରେ ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଯାହା ଆମ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରୁଥିବା କହିଛନ୍ତି ଜିଲ୍ଲାପାଳ ଜଗତସିଂହପୁର ଜେ ସୋନାଲ।

Related posts

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

mahabharatanews

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ 

mahabharatanews

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୬୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews