ଓଡିଶା

 ରାଜ୍ୟରୁ ବିଦାୟ ନେବ ମୌସୁମୀ 

(ଭୁବନେଶ୍ୱର) : ରାଜ୍ୟରୁ ମୌସୁମୀ ବିଦାୟ ନେବା ସମୟ ଆସିଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୁଳ ରହିଛି। ଏଥିସହ ଆସନ୍ତା ୨ ଦିନରେ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି କିଛି ଅଞ୍ଚଳ ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଫେରିବ।

ସୂଚନାନୁଯାୟୀ , ବର୍ଷ ସମ୍ଭାବନା ନଥିବା ବେଳେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୨୯.୬ ଡିଗ୍ରି ରହିଛି । ଆର୍ଦ୍ରତା  ୮୪% ଥିବା ବେଳେ ସକାଳୁ ସକାଳୁ ହିଁ ରାଜଧାନୀବାସୀ ୩୮ ଡିଗ୍ରି ଭଳି ତାପମାତ୍ରା ବା ଗରମ, ଗୁଳୁଗୁଳି ଅନୁଭବ କରିଥିଲେ। ତେବେ ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିଠାରେ ୩୬.୭ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୧୮ ସହରର ତାପମାତ୍ରା ଆଜି ୩୫ ଡିଗ୍ରି ଉପରେ ରହିଥିଲା।

Related posts

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews

ରାଜ୍ୟରେ ୧୫୧୦ଛୁଇଁଲା କରୋନାଜନିତ ମୃତ୍ୟୁ

mahabharatanews

ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ ଶୃଖଂଳା ସହ ସଂପାଦନ

mahabharatanews